ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ପ୍ରଶାସନର ଶୀର୍ଷ ପଦବୀରେ ବଡ଼ ପରିବର୍ତ୍ତନ। ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ସେ ଆଇଏଏସ ମନୋଜ ଆହୁଜାଙ୍କ ସ୍ଥାନ ନେବେ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ଅବସର ପରେ ଅନୁ ଗର୍ଗ ଏହି ପଦ ସମ୍ଭାଳିବେ। ଦାୟିତ୍ଵ ଗ୍ରହଣ କରିବା ପରେ ଅନୁ ଗର୍ଗ ହେବେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ।

୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗ ହୋଇଛନ୍ତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ବର୍ତ୍ତମାନ ସେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ନିର୍ବାହ କରୁଛନ୍ତି। ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ସେ କାର୍ଯ୍ୟ କରିଛନ୍ତି। ଅନୁ ଗର୍ଗ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା।

Tags: #IASAnuGarg #ChiefSecretaryOdisha #OdishaGovt

Comment