ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଶିଲ କୁମାର ମେହେର – ୭୮ତମ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ମହାରାଜ କଂସ ଭୂମିକାରେ ଅଭିନୟ କରୁଛନ୍ତି। ଗାଁ ନାଟକରୁ ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ସୁଶୀଲ କୁମାର ମେହେର।
କେତେବେଳେ ରାବଣ ତ ଆଉ କେତେବେଳେ ମହିଷାସୁର, ପୌରାଣିକ କଥାବସ୍ତୁର ୧୪ରୁ ଅଧିକ ଖଳ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ୧୫ ବର୍ଷର ସାଧନା ପରେ ବରଗଡ଼ ଧନୁଯାତ୍ରା ଭଳି ଐତିହାସିକ ମହୋତ୍ସବରେ ମହାରାଜ କଂସର ଭୂମିକା ପାଇଁ ମନୋନୀତ ହୋଇଛନ୍ତି।
ଓଡ଼ିଶାଲାଇଭର ସ୍ଵତନ୍ତ୍ର ସାକ୍ଷାତକାର ‘କେତେକଥା’ରେ ନିଜ ଅଭିନୟ ଯାତ୍ରା ଏବଂ ବ୍ୟକ୍ତଗତ ଜୀବନକୁ ନେଇ ଅନେକ କଥା କହିଛନ୍ତି ସୁଶିଲ କୁମାର ମେହେର। ଦେଖନ୍ତୁ ଭିଡିଓ।
Tags: #SushilKumarMeher #KansaMaharaj #Ketekatha #BargarhDhanuJatra #Bargarh


















