ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ତ୍ୱଚା ଅଧିକ ତେଲିଆ ଆଉ ଅଠାଳିଆ ହୋଇଥାଏ। ଏହା ବିଭିନ୍ନ ତ୍ୱଚା ସମସ୍ୟାର କାରଣ ବି ହୋଇଥାଏ। ଯଦି ଆପଣ ବି ଏମିତି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏମିତି କିଛି ଟିପ୍ସ ଆପଣେଇ ପାରିବେ।

–  ଘରେ ଅରେଞ୍ଜ୍ ପିଲ୍ ଅଫ୍ ଫେସ୍ ମାସ୍କ୍ ପ୍ରସ୍ତୁତ କରି ଲଗାନ୍ତୁ। ଗୋଟିଏ କପରେ ୨ ଚାମଚ ଜିଲାଟିନ୍ ଆଉ୪ ଚାମଚ କମଳା ରସ ପକାଇ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଫେସ୍‌ ମାସ୍କ୍ ଭଳି ଲଗାନ୍ତୁ। ମାସ୍କଟି ଶୁଖିଯିବା ପରେ ବାହାର କରିଦିଅନ୍ତୁ।

–  କ୍ଷୀର ଫେସ୍ ମାସ୍କ୍ ତେଲିଆ ଅଂଶକୁ କମ୍ କରିଥାଏ। କ୍ଷୀରରେ ପୋଷକ ତତ୍ତ୍ୱ ରହିଛି। ଗୋଟିଏ କପ୍ ରେ ୨ ଚାମଚ ଜିଲାଟିନ୍ ଏବଂ ୪ ଚାମଚ କ୍ଷୀରକୁ ମିଶାଇ ଗରମ ପାଣିରେ ରଖନ୍ତୁ। ପରେ ଏହାକୁ ତରଳାଇ ଫେସ୍ ମାସ୍କ୍ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।

– ଅଣ୍ଡା ଫେସ୍ ମାସ୍କ୍ ତେଲିଆ ମୁହଁ ପାଇଁ ଲାଭପ୍ରଦ। ଏହା ତ୍ୱଚାକୁ ଭିତରୁ ସଫା କରିବ। ଗୋଟିଏ ଅଣ୍ଡାର ଧଳା ଭାଗକୁ ବାହାର କରି ସେଥିରେ ୧ ଚାମଚ ଲେମ୍ବୁ ରସ ଆଉ ଜିଲାଟିନ୍ ମିଶାଇ ମିଶ୍ରଣକୁ ଗରମ ପାଣିରେ ଟିକିଏ ସମୟ ରଖନ୍ତୁ। ପରେ ଏହାକୁ ତରଳାଇ ଫେସ୍ ମାସ୍କ୍ ଭଳି ବ୍ୟବହାର କରନ୍ତୁ।

–   ପ୍ରତ୍ୟେକ ଦିନ ଉଷୁମ ପାଣି କରି ମୁହଁ ସଫା କରନ୍ତୁ। ଏହା ପରେ ଟୋନିଙ୍ଗ କରି ମଇଶ୍ଚରାଇଜିଙ୍ଗ୍ କରନ୍ତୁ।

–   ସପ୍ତାହକୁ ୪ଦିନ ସ୍କ୍ରବିଂ କରନ୍ତୁ। ଏହାଦ୍ୱାରା ବ୍ଲାକ୍ ହେଡ୍ସ୍ କମ୍ ହୋଇଥାଏ।

–  ଘରୁ କୁଆଡ଼େ ବାହାରକୁ ଗଲେ ମୁହଁରେ ସନ୍ ସ୍କ୍ରିନ୍ ଲୋଶନ୍ ଲଗାନ୍ତୁ।

– ତେଲମସଲା, ଛଣାଛଣି ଖାଦ୍ୟ ତ୍ୱଚାକୁ ଅଧିକ ତେଲିଆ କରିଦିଏ। ତେଣୁ ପ୍ରଚୁର ପରିମାଣରେ ପାଣି ପିଇବା ସହିତ କାକୁଡ଼ି, କମଳା, ବ୍ରୋକୋଲି, ନଡ଼ିଆ ପାଣି, ଲେମ୍ବୁ, କଦଳୀ, ତରଭୁଜ, ଡାଲି ଆଦି ଦୈନିକ ଖାଦ୍ୟପାନରେ ରଖନ୍ତୁ।

LEAVE A REPLY

Please enter your comment!
Please enter your name here