ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ଜଗତସିଂହପୁରର ଆରାଧ୍ୟ ଦେବୀ ମା’ ଶାରଳାଙ୍କ ପୀଠରେ ଲାଗିଲା କଟକଣା। ପୀଠରେ ଦକ୍ଷିଣ ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଯିବେ ଏବଂ ଆସିବେ। ମା’ଙ୍କ ଆସ୍ଥାନଠାରୁ ୩୦୦ ମିଟର ଦୂରରେ ଭକ୍ତମାନେ ରହି ଦର୍ଶନ କରିବେ।
ସେହିପରି ମନ୍ଦିର ପରିସରରେ ୩ରୁ ୪ ସେବାୟତ ଏକାଠି ଛିଡ଼ା ହୋଇପାରିବେ ନାହିଁ। କରୋନା ପାଇଁ ଏଭଳି ସତର୍କତା ଲାଗୁ କରାଯାଇଛି।
ଆଜି ସକାଳେ କାକଟପୁର ମା’ ମଙ୍ଗଳା, ଗଞ୍ଜାମର ତାରାତାରିଣୀ ଏବଂ ସମଲେଶ୍ୱରୀ ମନ୍ଦିରରେ କଟକଣା ଲାଗୁ କରାଯାଇଥିଲା। ଯାଜପୁରରେ ବାଣୁଣୀ ସ୍ନାନ ପାଇଁ ମଧ୍ୟ କଟକଣା ଲାଗିଛି। ଯାଜପୁରରେ ୧୧୪ ଧାରା ଜାରି କରାଯାଇଛି। ସେହିପରି ଢେଙ୍କାନାଳ, ରାୟଗଡ଼ାରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି।