ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ସମ୍ପୂର୍ଣ୍ଣ ମୁହଁକୁ ଘୋଡ଼ାଇ ହେବା ଭଳି ମାସ୍କ ପ୍ରସ୍ତୁତ କରିଛନ୍ତି। ଅତି ସ୍ୱଳ୍ପ ମୂଲ୍ୟରେ ଏହି ମାସ୍କ ଉପଲବ୍ଧ ହୋଇପାରିବ।

ଗୋଟିଏ ମାସ୍କ ପାଇଁ ୧୭ରୁ ୧୮ ଟଙ୍କା ଖର୍ଚ୍ଚ ହୋଇଛି। ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ ସିଟ୍‌, ୨୯ ସେମି ଇଲାଷ୍ଟିକ, ଡବଲ ସାଇଡ ଗମ୍‌ ଟେପ ଓ ସ୍ପଞ୍ଜରେ ଏହି ମାସ୍କ ପ୍ରସ୍ତୁତ କରାଯାଇଛି। ଏହି ମାସ୍କ କପାଳରୁ ବେକ ପର୍ଯ୍ୟନ୍ତ ଘୋଡ଼ାଇ ରଖିବ। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ମାସ୍କ ପ୍ରସ୍ତୁତ କରାଯାଇଛି।

ଏହି ମାସ୍କଗୁଡ଼ିକୁ ବ୍ଲକର ଅଗ୍ରଣୀ କୋଭିଡ ଯୋଦ୍ଧା ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଏହି ମାସ୍କ ବିଶେଷ ଭାବେ ସହାୟକ ହୋଇପାରିବ। ଆଗକୁ ଅନୁଷ୍ଠାନ ପକ୍ଷରୁ ଅଧିକ ସଂଖ୍ୟାରେ ମାସ୍କ ପ୍ରସ୍ତୁତ କରାଯିବ ବୋଲି  ସରକାରୀ ଆଇଟିଆଇର ଅଧ୍ୟକ୍ଷ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here