ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅତ୍ୟାଧୁନିକ ସାନିଟାଇଜର ମେସିନ ତିଆରି କରିଛନ୍ତି। ସାନିଟାଇଜର କିମ୍ବା ହ୍ୟାଣ୍ଡ ୱାସ୍‌ ଲଗାଇବାକୁ ହେଲେ ଉକ୍ତ ମେସିନକୁ ଗୋଡ଼ ଦ୍ୱାରା ପରିଚାଳନା କରିହେବ।

ଏହାକୁ ହାତରେ ସ୍ପର୍ଶ ନକରି ଗୋଡ଼ରେ ଚାପିଲେ ସାନିଟାଇଜର ହାତରେ ପଡ଼ିବ ଓ ଏଥିରେ ସଫା କରାଯାଇପାରିବ। ସାନିଟାଇଜର ବୋତଲକୁ ବିଭିନ୍ନ ଲୋକ ହାତରେ ସ୍ପର୍ଶ କରିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ମାତ୍ର ଏହି ମେସିନ ଦ୍ୱାରା କେବଳ ଗୋଡ଼ ଜରିଆରେ ହାତକୁ ସାନିଟାଇଜ କରି ହେଉଥିବାରୁ ଏହି ଆଶଙ୍କାକୁ ଦୂର କରାଯାଇପାରିବ।

କରୋନା ମୁକାବିଲା ଲାଗି ଏହି ଅଭିନବ ସାନିଟାଇଜର ମେସିନ ତିଆରି କରିବା ପାଇଁ ୮୦୦ ରୁ ୧ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି ମାଲକାନଗିରି ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଞ୍ଜିନିୟର ରାଜେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here