ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ପାୟଲ ଘୋଷଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଥାନାରେ ହାଜର ହୋଇଛନ୍ତି। ମୁମ୍ବାଇର ଭରସୋଭା ପୋଲସ ଷ୍ଟେସନରେ ଅନୁରାଗଙ୍କୁ ଆଜି ପଚରାଉଚରା କରାଯିବ।

ବୁଧବାର ଅନୁରାଗଙ୍କୁ ହାଜର ହେବା ଲାଗି ସମନ୍‌ ହୋଇଥିଲା। ସମନ୍‌ ପାଇବା ପରେ ପାୟଲଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ଅନୁରାଗଙ୍କ ଓକିଲ। ଅନୁରାଗଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ପାୟଲ ଏଭଳି ଅଭିଯୋଗ ଆଣିଥିବା ସେ କହିଥିଲେ।

ପାୟଲଙ୍କ ଅଭିଯୋଗ ଯେ ୨୦୧୫ରେ ସେ କାମ ପାଇଁ ଅନୁରାଗ କଶ୍ୟପଙ୍କ ନିକଟକୁ ଯାଇଥିଲେ। ସେ ସମୟରେ ଅନୁରାଗ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ।

ନିକଟରେ ସେ ଟୁଇଟ କରି ଏହାର ଖୁଲାସା କରିଥିଲେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲେ। ପାୟଲ ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ମଧ୍ୟ ଭେଟିଥିଲେ।

LEAVE A REPLY

Please enter your comment!
Please enter your name here