ଓଡ଼ିଶାଲାଇଭ୍ ବ୍ୟୁରୋ

କମିସନରେଟ୍ ପୋଲିସ୍ ହାତରେ ଧରାପଡ଼ିଲା ଦୁଇ ଦୁଇଟି ବ୍ୟାଙ୍କ ଡକାୟତିର ମାଷ୍ଟରମାଇଣ୍ଡ। ଗତ ମାସରେ କଳାରାହାଙ୍ଗ ଇଣ୍ଡିଆନ୍ ଓଭରସୀଜ୍ ବ୍ୟାଙ୍କ୍ ଓ ବରିମୁଣ୍ଡ ବ୍ୟାଙ୍କ୍ ଲୁଟିଥିବା ଚାଲାକ୍ ଅପରାଧୀକୁ କମିସନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ ଗିରଫ କରିଛି।

ଅପରାଧୀ ଜଣକର ନାମ ସୌମ୍ୟରଞ୍ଜନ ଜେନା ବୋଲି ଜଣାପଡ଼ିଛି। ତାଙ୍କ ପାଖରୁ ସ୍ପେଶାଲ୍ ସ୍କ୍ୱାର୍ଡ ୧୦ ଲକ୍ଷ ଟଙ୍କା ଜବତ କରିଥିବାବେଳେ ଲୁଟ୍ ସମୟରେ ବ୍ୟବହାର ହୋଇଥିବା ସ୍କୁଟି ମଧ୍ୟ ଜବତ କରିଛି।ଅପରାଧୀ ଜଣକ ଜଣେ ବ୍ୟବସାୟୀ, ବ୍ୟବସାୟ ପାଇଁ ସେ ଅନେକ ଟଙ୍କା ଏହି ଦୁଇଟି ବ୍ୟାଙ୍କରୁ ଋଣ କରିଥିଲେ। ହେଲେ କରୋନା ମହାମାରୀ କାରଣରୁ ଲାଗୁ ହୋଇଥିବା ଲକଡାଉନ କଟକଣା ଯୋଗୁ ସେ ଋଣ ଟଙ୍କା ସୁଝିପାରିନଥିଲେ। ଏହାପରେ ସେ ଅନ୍ୟ କିଛି ଉପାୟ ନପାଇ ନିଜେ ଋଣ କରିଥିବା ବ୍ୟାଙ୍କକୁ ହଁ ଲୁଟିବାକୁ ଯୋଜନା କରିଥିଲେ।

ଏହାପରେ ଅତି ଚାଲାକର ସହ ନାଟକୀୟ ଢଙ୍ଗରେ ସେ କଳାରାହାଙ୍ଗ ଇଣ୍ଡିଆନ୍ ଓଭରସୀଜ୍ ବ୍ୟାଙ୍କ୍ ଓ ବରିମୁଣ୍ଡ ବ୍ୟାଙ୍କ ଲୁଟିଥିଲେ। ଏହାପରେ ବ୍ୟାଙ୍କ୍ ସିସିଟିଭ୍ ଫୁଟେଜକୁ ଆଧାର କରି ପୋଲିସ୍ ନିଜର ତଦନ୍ତ ଚଳାଇଥିଲା। ଆଜି ଏହି ଡକାୟତ ଗିରଫ ହୋଇଛି।

LEAVE A REPLY

Please enter your comment!
Please enter your name here