ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର ଗଢ଼ିବ ବିଜେପି। ମମତା ସରକାରକୁ ମାତ୍ ଦେଇ ପଶ୍ଚିମବଙ୍ଗରେ ଖୁବଶୀଘ୍ର ଗଠନ ହେବ ବିଜେପି ସରକାର। ନିଜ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ବୁଧବାର ରାତିରୁ ଅମିତ ଶାହ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଏହାପରେ ଶାହଙ୍କ ଏହି ମନ୍ତବ୍ୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ଶାହ କହିଛନ୍ତି ଯେ, ପଶ୍ଚିମବଙ୍ଗର ମମତା ସରକାର ବିରୋଧରେ ଭୟଙ୍କର ଜନଆକ୍ରୋଶ ରହିଛି। ସେଠାରେ ଯେଉଁଭଳି ଭାବେ ବିଜେପି କର୍ମୀମାନଙ୍କୁ ଦମନ କରାଯାଉଛି ଏଥିରୁ ମମତା ସରକାରର ଅସହିଷ୍ଣୁତା ବୁଝାପଡୁଛି। ଆଗାମୀ ବର୍ଷ ବିଜେପି ଏଠାରେ ନିଶ୍ଚିତ ଭାବେ ବହୁମତର ସରକାର  ଗଢ଼ିବ ବୋଲି ଶାହ କହିଛନ୍ତି।ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ଏହାପୂର୍ବରୁ ଶାହ ନିଜ ପ୍ରସ୍ତୁତି ଆରମ୍ଭ କରି ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି।ଶାହଙ୍କ ଏହି ପଶ୍ଚିମବଙ୍ଗ ଗସ୍ତରେ ସେ ବାଙ୍କୁରାର ରବୀନ୍ଦ୍ର ଭବନରେ ସାଙ୍ଗଠନିକ ବୈଠକରେ ଯୋଗଦେବେ। ସେଠାରେ ସେ ବିଜେପି କର୍ମୀମାନଙ୍କୁ ଉଦବୋଧନ୍ ଦେବେ। ଏହାପରେ ସେ ଚତୁର୍ଡିହି ଗାଁ’ର ଏକ ଆଦିବାସୀ ପରିବାରକୁ ଭେଟି ସେଠାରେ ତାଙ୍କ ସହିତ ଭୋଜନ କରିବେ ବୋଲି ସୂଚନା ମିଳିଛି।

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ଯେଉଁଥିରେ ବିଜୟୀ ହେବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି ବିଜେପି। ମମତାକୁ ମାତ୍ ଦେଇ କିଭଳି ଭାବେ ପଶ୍ଚିମବଙ୍ଗରେ ପଦ୍ମ ଫୁଲ ଫୁଟିବ ସେ ନେଇ ଦଳର ନେତାମାନେ ଅଙ୍କ କଷିବା ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here