ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଓ ଯାଜପୁରରେ ପ୍ରତିଷ୍ଠା ହେବ ଆଉ ଦୁଇଟି ମେଡିକାଲ କଲେଜ। ରାଜ୍ୟ ସରକାର ଡାକ୍ତରଖାନାଗୁଡ଼ିକରେ ଯୋଗ୍ୟ ଡାକ୍ତରଙ୍କ ଆବଶ୍ୟକତା ପୂରଣ କରିବା ସହ ଭେଷଜ ଶିକ୍ଷାର ପ୍ରସାର ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ସୋମବାର ମଞ୍ଜୁରି ପ୍ରଦାନ କରିଛି।

ସରକାରଙ୍କ ଏହି ନିଷ୍ପତ୍ତି କ୍ରମେ ପୁରୀରେ ଥିବା ସରକାରୀ ଭେଷଜ ମହାବିଦ୍ୟାଳୟରେ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ ହେବ। ଏଥିପାଇଁ ୨୨୪ କୋଟି ୫୫ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି କାର୍ଯ୍ୟକୁ ୩୬ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଯାଜପୁରରେ ୧୦୦ ଶଯ୍ୟାବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ଓ ୫୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୪୨୬ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି କାମକୁ ମଧ୍ୟ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

LEAVE A REPLY

Please enter your comment!
Please enter your name here