ଓଡ଼ିଶାଲାଇଭ୍ ବ୍ୟୁରୋ

ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଅନେକ ମହିଳା ଓ ସ୍କୁଲ ଛାତ୍ରୀମାନେ ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି।

ରକ୍ଷା ବନ୍ଧନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭକାମନା ଜଣାଇଥିଲେ। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଯୋଗ ଦେଇଥିଲେ।   

Tags: #RakhiPurnima #CMMohanCharanMajhi #RakhyaBandhan #Bhubaneswar #Odisha

LEAVE A REPLY

Please enter your comment!
Please enter your name here