ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ନବରାତ୍ରିର ଷଷ୍ଠ ଦିନ। ଆଜିର ଦିନରେ କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ହୋଇଛି।

ନବରାତ୍ରିର ଷଷ୍ଠ ଦିନରେ ମା’ ଦୁର୍ଗାଙ୍କୁ କାତ୍ୟାୟନୀ ବେଶରେ ସଜ୍ଜିତ କରି ପୂଜା କରାଯାଏ। ମା’ଙ୍କ ଏହି ରୂପରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସବୁ କଷ୍ଟ ଦୂର ହୁଏ ବୋଲି ବିଶ୍ୱାସ ରହିଛି।

Tags: #Navaratri #MataKatyayani #GoddessofPower #Culture #India

LEAVE A REPLY

Please enter your comment!
Please enter your name here