ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ କାରଣରୁ ଷ୍ଟ୍ରୋକ୍‌ ସଂଖ୍ୟା ଆଜି ବଢ଼ିବାରେ ଲାଗିଛି। ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ୍’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। କେବଳ ବୟସ୍କ ନୁହଁନ୍ତି, ଯୁବପିଢି ମଧ୍ୟ ଏହାର ଶିକାର ହେଉଛନ୍ତି। ଯାହା ସମାଜ ପାଇଁ ଏକ ଚିନ୍ତାର ବିଷୟ।

ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନି ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପାଇପାରିଲେ ଏହି ସମସ୍ୟାକୁ ମୁକାବିଲା କରିପାରିବା। କାହିଁକି ବଢୁଛି ବ୍ରେନ୍ ଷ୍ଟ୍ରୋକ୍‌? ଏହାକୁ ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଅଧିକ ଜାଣିବା।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଷ୍ଟ୍ରୋକ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ଅପୋଲୋ ହସ୍ପିଟାଲ୍ ଆସୋସିଏଟ୍ ପାର୍ଟନର ରହିଛି।

Tags: #WorldStrokeDay2024 #StrokePrevention #StrokeAwareness #StrokeFreeWorld #BeGreaterThanStroke #IFIFoundation #Swasthyaplus

LEAVE A REPLY

Please enter your comment!
Please enter your name here