ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପୁଣି ଠାବ ହେଲା ମାଓବାଦୀ କ୍ୟାମ୍ପ। ମାନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଶୁକ୍ରବାର ଦିନ ଗୋଟିଏ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି ସୁରକ୍ଷାବାହିନୀ ଟିମ। କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ନେଇ ବୌଦ୍ଧ ଏସପି ସୂଚନା ଦେଇଛନ୍ତି।
ଜିଲ୍ଲାରେ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଏହି ବିସ୍ଫୋରକ ସାମଗ୍ରୀକୁ ମାଓବାଦୀମାନେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଜବତ ବିସ୍ଫୋରକ ମଧ୍ୟରେ ରହିଛି ୨୩୦ଟି ଜିଲେଟିନ ପ୍ୟାକେଟ, ବିଭିନ୍ନ ବିସ୍ଫୋରକ ସାମଗ୍ରୀ, ସେଫଟି ଫିଉଜ, ୫ଟି ବ୍ୟାଟେରି ଓ ମାଓବାଦୀ ୟୁନିଫର୍ମ ଆଦି। ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ସମୟରେ ଏହି କ୍ୟାମ୍ପଟିକୁ ଠାବ କରାଯାଇଥିଲା।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନାଗୁଡ଼ାଠାରୁ ୫୦୦ ମିଟର ଦୂରରେ ମାଓବାଦୀଙ୍କ ଗତିବିଧିକୁ ନେଇ ଗୁଇନ୍ଦା ସୂଚନା ପରେ ଜଙ୍ଗଲରେ ଓଡ଼ିଶା ପୋଲିସର ଡିଭିଏଫ ଟିମ୍ ଓ ବମ ସ୍କ୍ୱାର୍ଡ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଶୁକ୍ରବାର ସକାଳେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା।
Tags: #MaoistDump #Boudh #Odisha #MaoistCamp