ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା କଲେ ରାଜ୍ୟ ସରକାର, ଆସନ୍ତା ୨୦୨୫ ବର୍ଷଠାରୁ ପ୍ରତିମାସରେ ରାସନ ପାଇବେ ହିତାଧିକାରୀ। ଏହି ନୂଆ ନିୟମ ଦ୍ଵାରା ଡିଲରସ୍ତରରେ ହେଉଥିବା ହେରଫେର ବନ୍ଦ ହେବ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ପୂର୍ବରୁ ପ୍ରତି ତିନିମାସରେ ଥରେ ରାସନ ପାଉଥିଲେ ହିତାଧିକାରୀ। ଅଧିକାଂଶ ସମୟରେ ରାସନ ପ୍ରଦାନରେ ଅନିୟମିତତା ଅଭିଯୋଗ ହେଉଥିଲା। ଏନେଇ ଅଭିଯୋଗ ଆସିବାପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିମାସରେ ହିତାଧିକାରୀମାନଙ୍କୁ ରାସନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ତିନିମାସରେ ଥରେ ହିତାଧିକାରୀଙ୍କୁ ଚାଉଳ ଦିଆଯାଉଥିଲା। ଫଳରେ ଅଧିକ ଚାଉଳ ଡିଲରଙ୍କ ପାଖରେ ମହଜୁଦ ରହୁଥିଲା। ଏହା ଯୋଗୁଁ ଫେରଫେର ହେବାର ଆଶଙ୍କା ଅଧିକ ରହୁଥିଲା। ଏହି ନୂତନ ନିୟମ ଫଳରେ ରାସନ ବଣ୍ଟନରେ ସ୍ଵଚ୍ଛତା ଆସିବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
Tags: #Ration #RationCardBeneficiaryh #OdishaGovt #Newyear2025