ଓଡ଼ିଶାଲାଇଭ୍ ବ୍ୟୁରୋ

୫୦୦ ଏଏସ୍‌ଓ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ପରୀକ୍ଷାର୍ଥୀ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରିବେ।

ରାଜ୍ୟ ସଚିବାଳୟରେ ୫୦୦ ଏଏସ୍‌ଓ ପଦବୀ ଖାଲି ପଡ଼ିଥିଲା। ଗତ ଜାନୁଆରି ୨୦ରେ ଏହି ପଦବୀ ପୂରଣ ପାଇଁ ଓପିଏସ୍‌ସି ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ନିଯୁକ୍ତି ଲାଗି ଓପିଏସ୍‌ସି ସୁପାରିସ କରିଥିଲା। ଏମାନଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here