ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ପିଠି ଯନ୍ତ୍ରଣା ସାମାନ୍ୟ ଭାବେ ସମସ୍ତଙ୍କଠାରେ ଦେଖାଦେଉଛି। ବହୁତ ସମୟ ଧରି ଗୋଟିଏ ଜାଗାରେ ବସି ରହିବା ତଥା ଅବାଗିଆ ହୋଇ ଶୋଇବା ଆଦି କାରଣ ଯୋଗୁଁ ସାଧାରଣତଃ ପିଠି ବ୍ୟଥା ହୋଇଥାଏ। ଏହି ଯନ୍ତ୍ରଣାକୁ କମ୍ କରିବା ପାଇଁ ଅଧିକାଂଶ ପେନ୍‌ କିଲର୍‌ ସେବନ କରିଥାନ୍ତି। କିନ୍ତୁ ଏହା ପରିବର୍ତ୍ତୀ ସମୟରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ ଆକ୍ୟୁପଂଚର୍ ଥେରାପି ଦ୍ଵାରା ପିଠି ବ୍ୟଥା ରୋଗକୁ କମ୍ କରାଯାଇପାରିବ।

ଆକ୍ୟୁପଂଚର୍ କ’ଣ?

ଆକ୍ୟୁପଂଚର୍ ହେଉଛି ଏକ ଚାଇନିଜ୍ ଥେରାପି। ଗୋଟିଏ ସରୁ ଛୁଂଚିକୁ ଶରୀରର ବିଭିନ୍ନ ଭାଗରେ ତଥା ପ୍ରେସର୍‌ ପଏଣ୍ଟରେ ଫୋଡ଼ାଯାଏ। ଚାଇନିଜ୍ ମେଡିସିନ୍ ଅନୁଯାୟୀ, ଆମ ଶରୀରରେ ପ୍ରାୟ ୨୦୦୦ ପ୍ରେସର୍ ପଏଣ୍ଟ ରହିଛି।

ଏହି ପ୍ରେସର୍ ପଏଣ୍ଟଗୁଡ଼ିକ ଶରୀରର ବିଭିନ୍ନ ଭାଗ ସହିତ ଜଡ଼ିତ। ପ୍ରତ୍ୟେକ ପଏଣ୍ଟ କିଛି ନା କିଛି ରୋଗର ଉପଚାର ପାଇଁ ଥାଏ। ଶରୀରର ସ୍ନାୟୁତନ୍ତ୍ରରେ ଏକ ପ୍ରକାର ରସାୟନ ରହିଥାଏ। ଏହି ରସାୟନ ମାଂସପେଶୀ, ସ୍ପାଇନାଲ୍ କଡ୍ ଏବଂ ମସ୍ତିଷ୍କକୁ ସିଧା ସଳଖ ଭାବେ ଯାଇ ପିଠି ବ୍ୟଥାକୁ କିଛି ପରିମାଣରେ କମ୍ କରିପାରେ। ଆକ୍ୟୁପଂଚର୍ ଦ୍ୱାରା ଏହି ରସାୟନକୁ ମାଂସପେଶୀ, ସ୍ପାଇନାଲ୍ କଡ୍ ଏବଂ ମସ୍ତିଷ୍କ ପର୍ଯ୍ୟନ୍ତ ସିଧା ସଳଖ ପଂହଚାଇବା ସମ୍ଭବ।

LEAVE A REPLY

Please enter your comment!
Please enter your name here