ଓଡ଼ିଶାଲାଇଭ୍ ବ୍ୟୁରୋ
ଏସେନ୍ସିଆଲ୍ ଅଏଲକୁ ମୁଣ୍ଡବିନ୍ଧା, ଚାପମୁକ୍ତ, ଅନିନ୍ଦ୍ରା ଭଳି ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ବି ବ୍ୟବହାର କରାଯାଏ। କିନ୍ତୁ ସବୁ ପ୍ରକାର ଏସେନ୍ସିଆଲ୍ ଅଏଲକୁ ସିଧା ସଳଖ ତ୍ୱଚାରେ ବ୍ୟବହାର କରିବା ସୁରକ୍ଷିତ ନୁହେଁ। କେଉଁ ସମସ୍ୟା ପାଇଁ କେଉଁ ତେଲ ବ୍ୟବହାର କରାଯିବ ଆଉ କିପରି କରାଯିବ ତାହା ଜାଣିବା ଦରକାର।
– ଅଲିଭ୍ ଅଏଲ୍, ଜୋଜୋବା ଅଏଲ୍ ଏବଂ ଗ୍ରେପ୍ ସିଡ୍ ଅଏଲ୍ ବା ଅଙ୍ଗୁର ମଞ୍ଜିରୁ ପ୍ରସ୍ତୁତ କରାଯାଇଥିବା ତେଲ, ତିନିଟି ଯାକ ଗୋଟିଏରୁ ଦୁଇ ବୁନ୍ଦା ମିଶାଇ ପାଦ ଗୋଇଠି, ବେକ ପାଖରେ, ଛାତିରେ ଏବଂ ପଲ୍ସ୍ ପଏଂଟରେ ମାଲିସ୍ କରିପାରିବେ।
– ଲେଭେଣ୍ଡର୍, ପିପର୍ମିଂଟ ଓ ତୁଳସୀ ତେଲକୁ ମୁଣ୍ଡବିନ୍ଧା, ଅନିନ୍ଦ୍ରା, ଦୁର୍ବଳତା, ଘୃଣାଭାବ ଆଦି ସମସ୍ୟା ପାଇଁ ବ୍ୟବହାର କରାଯାଏ। ଶୀଘ୍ର କାମ କରିବା ପାଇଁ ଏହି ତେଲକୁ ବେକ ପଛରେ ଧିରେ ଧିରେ ମାଲିସ କରିନ୍ତୁ।
– ବରଗାମୋଟ୍ ଅଏଲ୍ ବା ଖଟା କମଳା ବାସ୍ନା ଥିବା ତେଲକୁ ଉଚ୍ଚ ରକ୍ତଚାପ ଏବଂ ଅବସାଦ ପାଇଁ ଛାତିରେ ମାଲିସ କରନ୍ତୁ।
– ଲେମନ୍ ଅଏଲ୍, ୟୁକାଲିପଟାସ୍ ଏବଂ ପିପର୍ମିଂଟ ଅଏଲ୍କୁ ମୁଣ୍ଡବ୍ୟଥା, ଚିନ୍ତା ଓ ହାଲିଆ ଦୂର କରିବା ପାଇଁ କାନ ପଛରେ ଲଗାନ୍ତୁ।
– କ୍ଲୋଭ୍ ଅଏଲ୍ ବା ଲବଙ୍ଗ ତେଲ ଆଣ୍ଠୁଗଣ୍ଠି, କାନ୍ଧ ଆଦି ବିନ୍ଧା ହେଉଥିଲେ ସିଧାସଳଖ ସେହି ଜାଗାରେ ଲଗାଇ ଧିରେ ଧିରେ ମାଲିସ କରିପାରିବେ।
– ତୁଳସୀ, ଲେଭେଣ୍ଡର୍ ଓ ଲେମନ୍ ବା ଲେମ୍ବୁ ବାସ୍ନାଯୁକ୍ତ ତେଲ ମୁଣ୍ଡ ବୁଲାଇବା ବେଳେ ଲଗାଇଲେ ଖୁବ୍ ଶୀଘ୍ର କାମ ଦେବ।
– ଗାଧୋଇବା ବେଳେ ବାସ୍ନାଯୁକ୍ତ ତେଲର ବ୍ୟବହାର ଉଭୟ ଶରୀର ଓ ମସ୍ତିଷ୍କକୁ ରିଲାକ୍ସ କରେ।