ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲିଆ ତ୍ୱଚା ପାଇଁ ଅନେକ ଚିନ୍ତାରେ ଥା’ନ୍ତି। ଏଥିପାଇଁ ବିଭିନ୍ନ ସମସ୍ୟା ମଧ୍ୟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଟିକେ ଅଧିକ ଯତ୍ନ ନେବାକୁ ପଡ଼େ। ସିଧାସଳଖ କିଛି ବି ପ୍ରୟୋଗ କରିବା ଉଚିତ ନୁହେଁ। ଏହାଦ୍ୱାରା ମୁହଁରେ ବ୍ରଣ, କଳାଦାଗ ଆଦି ହୋଇପାରେ। ତେଲିଆ ତ୍ୱଚା ପାଇଁ କିଛି ଫେସ୍ପ୍ୟାକ ବ୍ୟବହାର କରିପାରିବେ। ଏହା ମୁହଁକୁ ସଫା କରି ଚମକ ଆଣିବ।
ଟିକିଏ ହଳଦୀରେ ଓ ଚନ୍ଦନ ଗୁଣ୍ଡକୁ ମିଶାଇ ଲଗାନ୍ତୁ। ୧୫ ମିନିଟ୍ ପରେ ସଫା ତ୍ୱଚା ପାଇପାରିବେ।
ଚନ୍ଦନ ପେଷ୍ଟରେ ଗୋଲାପ ଜଳ ମିଶାଇ ସବୁଦିନ ବ୍ୟବହାର କରିପାରିବେ।
ଡାଲିଚିନି ଗୁଣ୍ଡରେ ୨ ଟୋପା ଲେମ୍ବୁ ରସ ଏବଂ ୨ ଟୋପା ମହୁ ମିଶାଇ ବହଳିଆ ପେଷ୍ଟ ତିଆରି କରି ଲଗାନ୍ତୁ। ଏହାକୁ ଅତିକମରେ ୧ ଘଣ୍ଟା ରଖି ତା ପରେ ଧୋଇବେ।
ମୁଲତାନୀ ମାଟିରେ ଲେମ୍ବୁ ରସ ଓ ଗୋଲପ ଜଳ ମିଶାଇ ସପ୍ତାହକୁ ୨-୩ଥର ଲଗାନ୍ତୁ। ଏହା ତ୍ୱଚାରୁ କଳା ଦାଗ କମାଏ।