ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏରୋବିକ୍ସ୍ ଏକ ପ୍ରକାର ଡାନ୍ସ୍। ଯାହା ମସ୍ତଷ୍କ ପାଇଁ ଖୁବ୍ ଉପଯୋଗୀ। ଏହା ମସ୍ତିଷ୍କକୁ ସୁସ୍ଥ ଓ ସକ୍ରିୟ ରଖେ। ସ୍ପୋର୍ଟସ୍ ମେଡିସିନ୍ ନାମକ ବ୍ରିଟିଶ୍ ପତ୍ରିକାରେ ଏହା ପ୍ରକାଶିତ। ଦୈନିକ ସାଇକେଲ ଚଲାଇବା, ସନ୍ତରଣ କରିବା, ଚାଲିବା କିମ୍ବା ଦୌଡିବା ଯେମିତି ଏକ ପ୍ରକାର ବ୍ୟାୟାମ ଏରୋବିକ୍ସ ଡାନ୍ସ ବି ସେହି ପ୍ରକାରର ଏକ ବ୍ୟାୟାମ। ଦିନକୁ ୩୦ ମିନିଟ୍  ଏରୋବିକ୍ସ୍ ଡାନ୍ସ୍ ଉଭୟ ଶରୀର ଏବଂ ମସ୍ତିଷ୍କ ପାଇଁ ଭଲ।

ଏହା ମାନସିକ ଚାପ, ଅବସାଦ, ପାଗଳାମି ଭଳି ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରେ। ହୃତ୍ପିଣ୍ଡକୁ ସୁସ୍ଥ ରଖେ।

ଶରୀରରୁ ଅତ୍ୟଧିକ ଚର୍ବିକୁ ଘଟାଏ। ମାଂସପେଶୀକୁ ଟାଣ କରେ।  ମସ୍ତିଷ୍କକୁ ସୁସ୍ଥ, ସତେଜ ଓ ସକ୍ରିୟ ରଖେ।

ଏରୋବିକ୍ସ୍ ଦ୍ୱାରା ଶରୀରରେ ରକ୍ତ ପ୍ରବାହକୁ ବଢ଼େ। ଏହା ହାଇପର୍ଟେନ୍ସନ୍ ବା ଅତ୍ୟଧିକ ମାନସିକ ଚାପକୁ ନିୟନ୍ତ୍ରଣ କରେ। ସ୍ମରଣ ଶକ୍ତି ପ୍ରଖର କରେ।

LEAVE A REPLY

Please enter your comment!
Please enter your name here