ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ହେଲେ ସୁସ୍ଥ ରହିବ ପାଇଁ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଉଚିତ। ହେଲେ ବ୍ୟାୟମ କରିବାର ଏକ ସଠିକ ସମୟ ମଧ୍ୟ ରହିଛି। ସମସ୍ତେ କହନ୍ତି ସକାଳୁ ଉଠି ବ୍ୟାୟାମ କରିବା ଭଲ।
ମାତ୍ର ବହୁତ କମ୍ ଲୋକ ଜାଣିଥିବେ ଶୋଇକି ଉଠି ସଙ୍ଗେ ସଙ୍ଗେ ବ୍ୟାୟମ କରିବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ। ସେଥିପାଇଁ ଉଠିବାର କିଛି ସମୟ ବ୍ୟବଧାନରେ ବ୍ୟାୟାମ କରିବା ଉଚିତ।
ବ୍ୟାୟାମ କରିବା ସମୟରେ ଅନେକଙ୍କୁ ଥକ୍କା ଲାଗିଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ବ୍ୟାୟାମ ପୂର୍ବରୁ ଖାଇବା ଦ୍ୱାରା ଥକା ଲାଗି ନଥାଏ। ଏଥିସହ ଶରୀରକୁ ଆବଶ୍ୟକ ଶକ୍ତି ମଧ୍ୟ ମିଳିଥାଏ। ବ୍ୟାୟାମ ବା ଏକ୍ସରସାଇଜ୍ କରିବାର ୩୦ ମିନିଟ୍ ପୂର୍ବରୁ କିଛି ନା କିଛି ଖାଇବା ଉଚିତ।
ବ୍ୟାୟାମ ୪୦ ମିନିଟରୁ ଅଧିକ ସମୟ କଲେ ମଧ୍ୟ ଭଲ ନୁହେଁ। ସେଥିପାଇଁ ଦିନକୁ ୪୦ ମିନିଟ ବ୍ୟାୟାମ କରନ୍ତୁ।