ଓଡିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେରିକାରେ ହଟହଟା ହୋଇଛନ୍ତି। ଲୋକସଭା ସଦସ୍ୟ ସଂଖ୍ୟା କେତେ ସେ ବିଷୟରେ ଠିକ୍‌ରେ ଉତ୍ତର ଦେଇ ନପାରି ରାହୁଲ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଆମେରିକାରେ ନୁହେଁ, ଏହି ଘଟଣା ପ୍ରଚାରିତ ହେବା ପରେ ସୋସିଆଲ ମିଡିଆ ଫେସ୍‌ବୁକ୍‌ ଏବଂ ଟ୍ୱିଟରରେ ମଧ୍ୟ ରାହୁଲ ଅପଦସ୍ତ ହୋଇଛନ୍ତି।
୩ ଦିନ ହେଲା ରାହୁଲ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ‘ଇଣ୍ଡିଆ ଆଟ୍ ୭୦’ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି। ଛାତ୍ରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିବା ବେଳେ ରାହୁଲଙ୍କୁ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଲୋକସଭାର ସଦସ୍ୟ ସଂଖ୍ୟା କେତେ ବୋଲି ପ୍ରଶ୍ନ କରିଥିଲେ। ହେଲେ ରାହୁଲ୍ ସେମାନଙ୍କୁ ଭୁଲ୍ ଉତ୍ତର ଦେଇଛନ୍ତି। ଲୋକସଭା ସଦସ୍ୟ ସଂଖ୍ୟା ୫୪୫ ବଦଳରେ ୫୪୬ କହି ରାହୁଲ୍ ହଟହଟା ହୋଇଛନ୍ତି।
ରାହୁଲଙ୍କ ସମର୍ଥକମାନେ କହୁଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ଏହା ଜାଣିଶୁଣି କହିଛନ୍ତି। ହେଲେ ଏହି ଚାଲାକ ପଣ ପାଇଁ ରାହୁଲଙ୍କ ଆଇକ୍ୟୁ ଟେଷ୍ଟକୁ ଜିରୋ ମାର୍କ ମିଳିଛି। ରାହୁଲଙ୍କ ଏହି ଉତ୍ତର ଏବେ ସାରା ଭାରତରେ ଚହଳ ସୃଷ୍ଟି କରିଛି। ଫେସବୁକ୍, ଟ୍ୱିଟରରେ ତାଙ୍କୁ ସମାଲୋଚନା କରି ବହୁ ଲୋକ କମେଣ୍ଟ ଦେଇଛନ୍ତି।
ବାସ୍ତବରେ ଲୋକସଭାର ସଦସ୍ୟ ସଂଖ୍ୟା ହେଉଛି ୫୪୫। ଏଥିରୁ ୨ଟି ଆଙ୍ଗ୍ଲୋ ଇଣ୍ଡିଆନ୍‌ଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ଲୋକସଭାର ସଦସ୍ୟମାନେ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ମାତ୍ର ରାହୁଲ୍ ୫୪୫ରେ ୧ ଯୋଗ କରି ଆମେରିକାରେ ଅପଦସ୍ତ ହୋଇଛନ୍ତି।
ସବୁଠୁ ବଡ କଥା ହେଉଛି, ରାହୁଲ ସେପ୍ଟେମ୍ବର ୧୨ ତାରିଖରେ ମୋଦି ସରକାରଙ୍କ ନୋଟ୍ ବନ୍ଦୀକୁ ସମାଲୋଚନା କରିଥିଲେ। ଏହାସହ ମୋଦିଙ୍କୁ ଜଣେ ଭଲ କମ୍ୟୁନିକେଟର କହି ପ୍ରଶଂସା କରିଥିଲେ। ଏହି ପ୍ରଶଂସା ଗୁରୁବାର ମଧ୍ୟ ଦେଖିବାକୁ ମିଳିଛି। ମୋଦିଙ୍କୁ ଜଣେ ଭଲ ବକ୍ତା କହିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ। ଲୋକଙ୍କ ପାଖରେ ସନ୍ଦେଶ ପହଞ୍ଚାଇବାର କଳା ମୋଦିଙ୍କ ପାଖରେ ରହିଛି। ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବହୁ ପ୍ରଶଂସାଯୋଗ୍ୟ ବୋଲି ରାହୁଲ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କହିଛନ୍ତି।
ଦୁଇ ସପ୍ତାହ ପାଇଁ ରାହୁଲ ବିଦେଶ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବିଶ୍ୱସ୍ତରୀୟ ନେତା, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ।

Tags : Rahu Gandhi, Congress, America, California University, Narendra Modi, India News, Odisha News, New Delhi, Loksabha, Parliament, Loksabha Member, Indian National Congress, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

 

LEAVE A REPLY

Please enter your comment!
Please enter your name here