ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ମାସରେ କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧୀ ଦାୟିତ୍ୱ ଗ୍ରହଣ କରିପାରନ୍ତି। ଏମିତି ଖବର ଆସୁଛି ତାଙ୍କ ନିକଟତମ ମହଲରୁ। କଂଗ୍ରେସର ଜଣେ ମାନ୍ୟଗଣ୍ୟ ନେତା ବିରାପ୍ପା ମୋଇଲି ଏକଥା କହିଛନ୍ତି। ରାହୁଲ ଦାୟିତ୍ୱ ନେବାକୁ ପ୍ରସ୍ତୁତ କିନ୍ତୁ ଆଭ୍ୟନ୍ତରୀଣ ବା ଦଳୀୟ ନିର୍ବାଚନ ଜରିଆରେ। ରାହୁଲ ନିକଟରେ କହିଥିଲେ ଯଦି ଦଳ ପକ୍ଷରୁ ତାଙ୍କୁ କୁହାଯିବ ଦାୟିତ୍ୱ ସମ୍ଭ।ଳିବକୁ ସେ ପ୍ରସ୍ତୁତ।
ମୋଇଲିଙ୍କ କହିବା ଅନୁଯାୟୀ ରାହୁଲ ଯେତେବେଳେ ବି ଦଳର ସଭାପତି ଭାବେ କାର୍ଯ୍ୟ ଆରମ୍ଭ କରିବେ ଦେଶର ରାଜନୀତିରେ  ଖେଳ ଜମିବ (ଗେମ୍ ଚେଞ୍ଜର)। ରାହୁଲ ଯେତେ ଶୀଘ୍ର  ସଭାପତି ହେବେ ସେତେ ଶୀଘ୍ର ଦଳର ଓ ଦେଶର ଭଲ ହେବ ବୋଲି ମୋ ଇ ଲି କହିଛନ୍ତି।ଏହା ଛଡ଼ା ମୋଇଲିଙ୍କ କହିବା କଥା ଯେ ରାହୁଲ ବହୁ ଦିନରୁ ସଭାପତି ହେବା ଉଚିତ ଥିଲା| ଦଳରେ ସମସ୍ତେ ଏହା ଅନୁଭବ କରୁଛନ୍ତି। ରାହୁଲ ଏବେ ଦଳର ସାଙ୍ଗଠନିକ ନିର୍ବାଚନ ଉପରେ ନଜର ରଖିଛନ୍ତି। ବିନା ନିର୍ବାଚନରେ ଦଳର କମାଣ ସମ୍ଭାଳିବକୁ ରାଜି ନୁହନ୍ତି ଏହାର ସ୍ପଷ୍ଟ ସଂକେତ ସେ ଦେଇସାରିଛନ୍ତି।
ଖବର ଅନୁସାରେ ଚଳିତ ମାସ ସୁଦ୍ଧା ସବୁ ରାଜ୍ୟରେ କଂଗ୍ରେସ ସାଙ୍ଗଠନିକ ନିର୍ବାଚନ ଶେଷ ହେବ। ତା’ ପରେ ଏଆଇସିସି ସ୍ତରରେ ନିର୍ବାଚନ ହେବ। ମୋଇଲି ଏହି ସଙ୍କେତ ଦେଇଛନ୍ତି ଯେ ସଭାପତି ଭାବେ କାମ ଆରମ୍ଭ କରିବା ପରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପିସିସି ସଭାପତିମାନଙ୍କୁ ବଦଳାଯିବ। ପିସିସି ଅଦଳବଦଳ ସହିତ ପ୍ରତ୍ୟେକ ରାଜ୍ୟରେ ଦଳର ପ୍ରକୃତ ସ୍ଥିତି କଣ ରହିଛି ତାହାର  ଅନୁଧ୍ୟାନ ମଧ୍ୟ ରାହୁଲ କରିବେ।
ଯେହେତୁ ପ୍ରତ୍ୟେକ ରାଜ୍ୟର ସମସ୍ୟା ଅଲଗା ଅଲଗା ତେଣୁ ସବୁ ରାଜ୍ୟର ସମସ୍ୟାକୁ ଗୋଟିଏ ମାପରେ ତଉଲି ହେବ ନାହିଁ ସେ ଏକଥା ଜାଣିଛନ୍ତି। ତା’ଛଡ଼ା ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା ସକାଶେ ସେ ଏକ ବଡ଼ ଧରଣର ପଦକ୍ଷେପ ନେବା ସୁନିଶ୍ଚିତ।
ଓଡ଼ିଶା କଂଗ୍ରେସ ସଭାପତି ହଠାତ ନ ବଦଳ।ଯିବା ପଛରେ ରାହୁଲଙ୍କ ଏହି  ଦୀର୍ଘସ୍ଥାୟୀ ରଣନୀତି ହିଁ ଗୋଟିଏ କାରଣ ଥିଲା ବୋଲି ଅନୁମାନ କରାଯାଉଛି।

Tags: Odisha Congress, Bhubaneswar News, Breaking News, Congress, India News, Indian National Congress, Latest News, Loksabha, Loksabha Member, Narendra Modi, New Delhi, Odisha Breaking News, Odisha News, Odisha Stories, Odisha Top Stories, Parliament, Rahu Gandhi, Top Stories

LEAVE A REPLY

Please enter your comment!
Please enter your name here