ଓଡ଼ିଶାଲାଇଭ୍ ବ୍ୟୁରୋ
ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ଏବେ ନିଜର ଆଗାମୀ ସିନେମା ‘ସିକ୍ରେଟ୍ ସୁପରଷ୍ଟାର’ର ପ୍ରମୋସନ ପାଇଁ ଅଛନ୍ତି ତୁର୍କୀରେ। ଆମିର ତୁର୍କୀରେ ବହୁତ ଖୁସି ଅଛନ୍ତି ଓ ତୁର୍କୀ ଯିବା ପାଇଁ ତାଙ୍କର ବହୁଦିନର ଇଛା ଏବେ ଯାଇ ପୂରଣ ହୋଇଥିବା କଥା ମଧ୍ୟ କିଛି ଦିନ ପୂର୍ବରୁ ସେ ନିଜ ଫ୍ୟାନମାନଙ୍କୁ ଜଣାଇଥିଲେ। ଏବେ ତାଙ୍କର ଅନ୍ୟ ଏକ ନୂଆ ଭିଡିଓ ସାମନାକୁ ଆସିଛି ଯାହାକୁ ଦେଖି ଜାଣିହେବ ଯେ ଆମିର ତୁର୍କୀରେ ଭରପୁର ଏନ୍ଜୟ କରୁଛନ୍ତି।
ଆମିର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆମିର ଖାନ୍ ଏକ ଆଇସ୍କ୍ରିମ୍ ଦୋକାନରେ ଠିଆ ହୋଇଛନ୍ତି ଓ ନିଜ ଆଇସ୍କ୍ରିମ୍ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଦୋକାନୀଜଣକ ଏକ ଭିନ୍ନ ଅନ୍ଦାଜରେ ତାଙ୍କୁ ଆଇସ୍କ୍ରିମ୍ ଦେଉଛନ୍ତି ଓ ଏହାପରେ ତାଙ୍କଠୁ ନେଇ ବି ଯାଉଛନ୍ତି। ସେ ନିଜର ଅନ୍ଦାଜ୍ ଭିନ୍ନ ଢଙ୍ଗରେ ପରିବେଷଣ କରୁଛନ୍ତି ଓ ଆମିର ଆଇସ୍କ୍ରିମ ଦୋକାନୀଙ୍କ ଅନ୍ଦାଜ୍ ଦେଖି ଆଶ୍ଚର୍ଯ୍ୟ ହେବା ସହ ହସିବାକୁ ଲାଗିଛନ୍ତି। ଭିଡିଓ ସେୟାରକରି ଆମିର ଲେଖିଛନ୍ତି – “ସବ୍ର କା ଫଲ୍ ମିଠା ହୋତା ହୈ, ଲଭ୍ଲି ଟର୍କୀ ଆଇସ୍କ୍ରିମ୍”।
Sabar ka phall meetha. Lovely Turkish ice cream 🙂 pic.twitter.com/hzsZpmUgDC
— Aamir Khan (@aamir_khan) October 7, 2017








ଆମିରଙ୍କ ସିନେମା ‘ସିକ୍ରେଟ୍ ସୁପରଷ୍ଟାର’ ୧୯ ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ତୁର୍କୀ ଛଡ଼ା ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ୟୁଏଇ ତଥା ପାକିସ୍ତାନରେ ମଧ୍ୟ ରିଲିଜ୍ ହେବ।
‘ସିକ୍ରେଟ୍ ସୁପରଷ୍ଟାର’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଜାୟରା ବସୀମ୍। ଆମିର ଏହି ସିନେମାରେ ଜଣେ ମ୍ୟୁଜିକ୍ କମ୍ପୋଜର ଭାବେ ନଜର ଆସିବେ। ଏହି ଭୂମିକା ପାଇଁ ଆମିର ନିଜ ଲୁକ୍ସ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ସହ କିଛି ପରିବର୍ତ୍ତନ ମଧ୍ୟ ଆଣିଛନ୍ତି। ତାଙ୍କ ହେୟାରଷ୍ଟାଇଲ୍, ପୋଷାକ, ଚାଲିବା ତଥା କଥା କହିବା ଅନ୍ଦାଜରେ ବେଶ୍ କିଛି ଭିନ୍ନତା ଆଣିଛନ୍ତି ଆମିର। ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଦୈତ ଚନ୍ଦନ। ଜାୟରା ଏହି ଚଳଚ୍ଚିତ୍ରରେ ଜଣେ ମୁସଲମାନ ପରିବାରର ଝିଅ ଭାବେ ନଜର ଆସିବେ, ଯିଏକି ଜଣେ ବଡ଼ ଗାୟିକା ହେବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ବାପାଙ୍କୁ ଏହା ପସନ୍ଦ ନୁହେଁ ସେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ୟୁଟ୍ୟୁବ୍ରେ ବୁର୍ଖା ପିନ୍ଧି ନିଜର ଏକ ଭିଡିଓ ସେୟାର କରୁଛନ୍ତି, ଯାହାକୁ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି।
ଆମିରଙ୍କର ଏହି ସିନେମା ରୋହିତ ସେଟ୍ଟୀଙ୍କ ସିନେମା ‘ଗୋଲମାନ ଅଗେନ୍’ ସହ ସିନେମାହଲ୍ଗୁଡ଼ିକରେ ରିଲିଜ୍ ହେବ। ଉଭୟ ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିଲେ ମଧ୍ୟ କେଉଁ ସିନେମା ଦର୍ଶକଙ୍କୁ ଅଧିକ ଆକୃଷ୍ଟ ହେବ, ତାହା ସମୟ ହିଁ କହିବ।







