ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଜଣାଶୁଣା ଅଭିନେତା ଅନୁପମ୍ ଖେର୍‌ ହୋଇଛନ୍ତି ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥା (ଏଫ୍‌ଟିଆଇଆଇ)ର  ନୂତନ ଅଧ୍ୟକ୍ଷ। ପୂର୍ବରୁ ଏହି ପଦବୀରେ ଗଜେନ୍ଦ୍ର ଚୌହାନ୍‌ ରହିଥିଲେ। ଏବେ ତାଙ୍କୁ ହଟାଇ କେନ୍ଦ୍ର ସରକାର ଅନୁପମ୍ ଖେର୍‌ଙ୍କୁ ନିଯୁକ୍ତି ଦେଇଛନ୍ତି।
ଗଜେନ୍ଦ୍ର ଚୌହାନ୍ ବିଭିନ୍ନ କାରଣକୁ ନେଇ ବିବାଦରେ ରହିଥିଲେ। ଏପରିକି ତାଙ୍କ କାର୍ଯ୍ୟ ଧାରାକୁ ବିରୋଧ କରି ଏଫ୍‌ଟିଆଇଆଇର ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ। ୧୩୯ ଦିନ ଧରି ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଥିଲେ। ଗଜେନ୍ଦ୍ର ଚୌହାନଙ୍କୁ ହଟାଇବା ପାଇଁ ସେମାନେ ଦାବି କରିଥିଲେ। ଶ୍ରୀ ଚୌହାନଙ୍କ କାର୍ଯ୍ୟକାଳ ମାର୍ଚ୍ଚ ମାସରୁ ସରି ଯାଇଥିଲେ ହେଁ ଅଦ୍ୟାବଧି ସେ ଦାୟିତ୍ୱରେ ରହିଥିଲେ।

 

LEAVE A REPLY

Please enter your comment!
Please enter your name here