ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ତଲାକ୍ ବିଲ୍କୁ ନେଇ ସଂସଦରେ ଝଡ଼ ଉଠିଛି। ଏହି ବିଲ୍ ପାରିତ କରିବା ପାଇଁ ସରକାର ଚାହୁଁଥିବା ବେଳେ ବିରୋଧୀ ଏହାକୁ ବିରୋଧ କରିଛନ୍ତି।
ତିନ ତଲାକ୍କୁ ଧର୍ତ୍ତବ୍ୟ ଅପରାଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏ ପ୍ରସଙ୍ଗରେ ଏକ ବିଲ୍ ସଂସଦରେ ଆଗତ କରିବାକୁ ସ୍ଥିର କରିଛନ୍ତି ସରକାର। ହେଲେ ଏହି ବିଲ୍କୁ ସଂସଦରେ ଆଜି କଡ଼ା ବିରୋଧ କରାଯାଇଛି। ବାମପନ୍ଥୀ, କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଏନ୍ସିପିର ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ପୂର୍ବରୁ ମୁସଲିମ ପର୍ସନାଲ ବୋର୍ଡ ସମେତ ବହୁ ମୁସଲିମ ସଙ୍ଗଠନ ଏହାକୁ ବିରୋଧ କରିଛନ୍ତି। ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ କ୍ରମେ ତିନ ତଲାକ୍କୁ ଅମାନ୍ୟ ଓ ଅସାମ୍ବିଧାନିକ ଘୋଷଣା କରିଥିଲେ। ଏହି ରାୟ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଏକ ନୂଆ ବିଲ ପ୍ରସ୍ତୁତ କରାଯାଇଛି।
ଗୁରୁବାର ଦିନ ସଂସଦରେ ଏହି ବିଲ୍ ଉପସ୍ଥାପିତ କରାଯିବ। ପ୍ରସ୍ତାବିତ ବିଲ୍ରେ ପୀଡ଼ିତାଙ୍କୁ ଭରଣ ପୋଷଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଗୋଟିଏ ପଟେ ଏହି ବିଲ୍କୁ ସଂସଦରେ ଉପସ୍ଥାପନ କରିବା ପାଇଁ ସରକାର ଅଡ଼ି ବସିଥିବା ବେଳେ ବିରୋଧି ଦଳ ଏହି ବିଲ୍ ସପକ୍ଷରେ ନାହାନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ପକ୍ଷରୁ ଏହି ବିଲ୍ ପ୍ରସ୍ତୁତ କରାଯାଇଛି।ଏହି ବିଲ୍ ସିଲେକ୍ଟ କମିଟିକୁ ପଠାଯିବ।








ତିନି ତଲାକ୍ ବିଲ୍କୁ ନେଇ ସଂସଦରେ ଝଡ଼ ଉଠିଛି। ଏହି ବିଲ୍ ପାରିତ କରିବା ପାଇଁ ସରକାର ଚାହୁଁଥିବା ବେଳେ ବିରୋଧୀ ଏହାକୁ ବିରୋଧ କରିଛନ୍ତି।








