ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ମଥୁରାନଗରର ମହାରାଜା କଂସ ନଗର ଭ୍ରମଣ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ କଂସଙ୍କୁ ସ୍ୱାଗତ କରାଯିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ। ଗୋପପୁରରେ କୃଷ୍ଣ, ବଳରାମ ଓ ରାଧାଙ୍କ ସମେତ ଗୋପୀମାନେ ଗୋପପୁର ଭ୍ରମଣ କରିଥିଲେ। ଗୋପୁରରେ ନଗର ସଂକୀର୍ତ୍ତନ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ମଥୁରାରେ ରଙ୍ଗସଭା ଆସର, ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟବର୍ଗଙ୍କ ସହ ଆଲୋଚନା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଷଷ୍ଠ ଦିନରେ କଂସଙ୍କ ଦରବାରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ମଥୁରାର ଜନସାଧାରଣଙ୍କ ବିଭିନ୍ନ ସୁବିଧା ସୁଯୋଗ ବୁଝିବେ ବୋଲି କଂସଙ୍କୁ ଜଣାଇଥିଲେ।

ଗୋପପୁରରେ ନଗରଭ୍ରମଣ ସହ ବୃନ୍ଦାବନ ପଡ଼ିଆଠାରେ କୃଷ୍ଣଙ୍କ ଦ୍ୱାରା ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହୋଇଥିଲା। ମଥୁରାରୁ ଗୋପୀମାନେ ଦହି ବିକ୍ରି କରି ଗୋପପୁର ଫେରିବା ବେଳେ ଯମୁନାରେ ଗାଧୋଉଥିବା ସମୟରେ କୃଷ୍ଣ ଗୋପୀଙ୍କ ବସ୍ତ୍ର ଚୋରି କରି ନେଇ କଦମ୍ବଗଛରେ ଲୁଚାଇ ଥିଲେ। ଗୋପୀମାନେ ଏହା ଜାଣିପାରି କୃଷ୍ଣଙ୍କୁ ବିଭିନ୍ନ ଗୀତ ଗାଇ ବସ୍ତ୍ର ମାଗିବାର ଦୃଶ୍ୟ ଦର୍ଶକ ଦେଖିଥିଲେ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

LEAVE A REPLY

Please enter your comment!
Please enter your name here