ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଓଡ଼ିଶାର ଏକ ଅନନ୍ୟ ସାଂସ୍କୃତିକ ପରିଚୟ। ଏହି ଅବସରରେ ଆରମ୍ଭ ହୁଏ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଶାସନ। କଂସଙ୍କ ଅଟ୍ଟହାସ୍ୟରେ ଥରହର ହୁଏ ମଥୁରାନଗରୀ। ଏହି ପୌରାଣିକ କଥାବସ୍ତୁର ଜୀବନ୍ତ ଅଭିନୟ ଲୋକଙ୍କୁ ଫେରାଇ ନେଇଥାଏ ଦ୍ୱାପର ଯୁଗକୁ।
ଚଳିତବର୍ଷ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଧନୁଯାତ୍ରାର ୭୭ତମ ସଂସ୍କରଣ ଅଧିକ ଆକର୍ଷଣୀୟ ଓ ଭବ୍ୟ ହୋଇପାରିଥିଲା। ୧୧ ଦିନ ବ୍ୟାପି ଆୟୋଜିତ ଏହି ନାଟକରେ କଳାକାରମାନଙ୍କ ନିଖୁଣ ଅଭିନୟ ଦେଶ ବିଦେଶର ଦର୍ଶକଙ୍କୁ ବିଭୋର କରିଥିଲା।
ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମକୁ ନେଇ ‘ଓଡ଼ିଶାଲାଇଭ୍’ର ସ୍ଵତନ୍ତ୍ର ବୃତ୍ତଚିତ୍ର। ଦେଖନ୍ତୁ ଭିଡିଓ।
Tags: #BargarhDhanuyatra #MaharajKansa #Culture #Odisha #Bargarh