ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। କୌଣସି କାରଣରୁ ଯକୃତର କୋଷ ଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟା ବା ରୋଗକୁ ଫ୍ୟାଟି ଲିଭର ବୋଲି କୁହାଯାଏ।

ଫ୍ୟାଟି ଲିଭର ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldLiverDay #FattyLiver #Treatment #DoctorsAdvise #OdiaHealthTips

Comment