ଓଡ଼ିଶାଲାଇଭ୍ ବ୍ୟୁରୋ
- ଇଏସ୍ଆଇ ହସ୍ପିଟାଲ ପରିସରରେ ସଫେଇ କାର୍ଯ୍ୟକ୍ରମ
- ମେଫେୟାରର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସ୍ଵଚ୍ଛତା ଅଭିଯାନରେ ସାମିଲ୍
- ହସ୍ପିଟାଲ୍ ପରିସରକୁ ସଫା କଲେ ୨୦୦ରୁ ଅଧିକ କର୍ମଚାରୀ
ସାରା ଭାରତରେ ହସ୍ପିଟାଲିଟି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମେଫେୟାର୍ ହୋଟେଲ୍ ଓ ରିସର୍ଟ ପକ୍ଷରୁ ରବିବାର ଦିନ ସକାଳେ ମେଫେୟାର୍ ଭୁବନେଶ୍ଵର ନିକଟସ୍ଥ ଇଏସ୍ଆଇ ହସ୍ପିଟାଲ୍ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଫେଇ କାର୍ଯ୍ୟକ୍ରମର ନେତୃତ୍ୱ ଏହି ସ୍ଵଚ୍ଛତା ଅଭିଯାନରେ ଭୁବନେଶ୍ଵରରେ ଥବା ମେଫେୟାର୍ କର୍ମଚାରୀ ଓ ବରିଷ୍ଠ ଅଧକାରୀମାନେ ନେଇଥଲେ। ଗତ ୨ବର୍ଷ ହେବ ମେଫେୟାର୍ର ସମସ୍ତ କର୍ମଚାରୀ ଏହି ହସ୍ପିଟାଲ୍ ପରିସରକୁ ସଫା କରିଆସୁଛନ୍ତି। ହାତରେ ଝାଡୁ ଓ ବିଭିନ୍ନ ସଫେଇ ଉପକରଣ ସହ ହୋଟେଲ୍ର ୨୦୦ରୁ ଅଧିକ କର୍ମଚାରୀ ତିନିଘଣ୍ଟା ଧରି ହସ୍ପିଟାଲ୍ ପରିସରକୁ ସମ୍ପୂର୍ଣ୍ଣ ସଫାକରି ଏକ ନୂଆ ରୂପ ଦେବାରେ ସକ୍ଷମ ହୋଇଥଲେ।
ଏହି ଅବସରରେ ମେଫେୟାର୍ ଏକଜୁକେଟିଭ୍ ଡାଇରେକ୍ଟର ସୌଭାଗ୍ୟ କୁମାର ମହାପାତ୍ର କହିଛନ୍ତି ଯେ, ଆମେ ପ୍ରତିବର୍ଷ ଷ୍ଟାଫ୍ ଡେ ପୂର୍ବରୁ ରାଜଧାନୀର କୌଣସି ନା କୌଣସି ଜାଗାକୁ ସଫେଇ କରିଥାଉ। ଏବର୍ଷ ଭୁବନେଶ୍ଵରେ ଥିବା ଆମ ଦୁଇଟି ହୋଟେଲର ଷ୍ଟାଫମାନେ ମିଲିତ ଭବେ ଇଏସ୍ଆଇ ହସ୍ପିଟାଲ୍ ସଫେଇ କରିଛୁ। ଆମ ସଂସ୍ଥାର ସମସ୍ତ କର୍ମଚାରୀଙ୍କର ଦେହ ଖରାପ ବେଳେ ଏଠାରେ ଚିକିସିତ ହୋଇଥାନ୍ତି। ତେଣୁ ହସ୍ପିଟାଲକୁ ସଫାସୁତୁରା ରଖିବା ମଧ୍ୟ ଆମର କର୍ତ୍ତବ୍ୟ।
ଇ.ଏସ୍.ଆଇ ହସ୍ପିଟାଲର ସୁପରିଟେଣ୍ଟେଟ୍ ଡାକ୍ତର ଅରବିନ୍ଦ ମହାନ୍ତି କହିଛନ୍ତି ଯେ, ମେଫେୟାର୍ ହୋଟେଲ ତରଫରୁ ଏହି ସଫେଇ କାର୍ଯ୍ୟକ୍ରମ ପ୍ରକୃତରେ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। ଏହିପରି ସଫେଇ କାର୍ଯ୍ୟକ୍ରମ ପାଇଁ ଆମେ ମେଫେୟାର୍ କର୍ମଚାରୀଙ୍କ ନିକଟରେ କୃତଜ୍ଞ।









