ଓଡ଼ିଶାଲାଇଭ୍ ବ୍ୟୁରୋ

ସିନେମା ହଲରେ ଜାତୀୟ ସଙ୍ଗୀତଗାନକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୁର୍ଣ୍ଣ ଶୁଣାଣି କରିଛନ୍ତି। ନିଜ ପୂର୍ବ ଆଦେଶକୁ ସଂଶୋଧନ କରି ସୁପ୍ରିମକୋର୍ଟ ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ନୁହେଁ ବୋଲି ଆଜି ରାୟ ପ୍ରକାଶ କରିଛନ୍ତି।

୩୦ ନଭେମ୍ବର ୨୦୧୬ରେ ସୁପ୍ରିମକୋର୍ଟ ଏକ ରାୟର ଶୁଣାଣି କରି ଆଦେଶ ଦେଇଥିଲେ ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ। ତାହା ଏବେ ସଂଶୋଧନ କରିଛନ୍ତି। ଗତକାଲି ଏନେଇ ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ। ଜାତୀୟ ସଙ୍ଗୀତକୁ ବର୍ତ୍ତମାନ ପାଇଁ ସିନେମାହଲରେ ବାଧ୍ୟତାମୂଳକ କରା ନ ଯାଉ। ସତ୍ୟପାଠରେ କେନ୍ଦ୍ର ସରକାର କହିଥିଲେ ସରକାର ଏନେଇ କମିଟି ଗଠନ କରିଛନ୍ତି। ୬ମାସ ମଧ୍ୟରେ ଏହି କମିଟି ରିପୋର୍ଟ ଦେବ। ତେଣୁ ରିପୋର୍ଟ ଆସିଲା ଯାଏଁ ଜାତୀୟ ସଙ୍ଗୀତକୁ ବାଧ୍ୟତାମୂଳକ କରାନଯାଉ ତଥ୍ୟପାଠରେ ୨୩ ଅକ୍ଟୋବର ୨୦୧୭ ମସିହାରେ ସୁପ୍ରିମକୋର୍ଟ କହିଥିଲେ, ସିନେମାଘର ଓ ଅନ୍ୟ ସ୍ଥାନରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ହେବ କି ନାହିଁ ତା କେନ୍ଦ୍ର ସରକାର ସ୍ଥିର କରନ୍ତୁ।

ସୁପ୍ରିମକୋର୍ଟରେ ଏନେଇ ଜନସ୍ଵାର୍ଥ ମାମଲା ରୁଜ୍ଜୁ ହୋଇଥିଲା। ଏ ବାବଦରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ବି ଜାରି କରିଥିଲେ। ଆଜି ଏହାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ନିଜ ପୂର୍ବ ରାୟକୁ ସଂଶୋଧନ କରି ବର୍ତ୍ତମାନ ପାଇଁ ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here