ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ମାସିକ ଦରମା ହେବ ୨ଲକ୍ଷ ୮୦ହଜାର ଟଙ୍କା
  • ସୁପ୍ରିମକୋର୍ଟର ବିଚାରପତି ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମାସିକ ବେତନ ୨ଲକ୍ଷ ୫୦ହଜାର ଟଙ୍କା
  • ନିର୍ବାଚନ କମିଶନରଙ୍କ ଦରମା ୨ଲକ୍ଷ ୨୫ହଜାର ଟଙ୍କା
  • ଦରମା ନିର୍ଦ୍ଧାରଣ ପୂର୍ବରୁ ଆଇନରେ ସଂଶୋଧନ ହେବ

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ମାସିକ ଦରମା ଏଣିକି ହେବ ୨ଲକ୍ଷ ୮୦ହଜାର ଟଙ୍କା। ବର୍ତ୍ତମାନ ସେ ମାସିକ ୧ଲକ୍ଷ ଟଙ୍କା ଦରମା ପାଉଛନ୍ତି। ସେହିପରି ସୁପ୍ରିମକୋର୍ଟର ଅନ୍ୟ ବିଚାରପତି ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମାସିକ ବେତନ ୨ଲକ୍ଷ ୫୦ହଜାର ଟଙ୍କାକୁ ବୃଦ୍ଧି ପାଇବ। ବର୍ତ୍ତମାନ ସେମାନେ ମାସିକ ୯୦ହଜାର ଟଙ୍କା ବେତନ ପାଉଛନ୍ତି। ହାଇକୋର୍ଟର ଯେଉଁ ବିଚାରପତିମାନେ ମାସିକ ୮୦ହଜାରେ ଟଙ୍କା ଦରମା ନେଉଛନ୍ତି, ନୂଆ ବ୍ୟବସ୍ଥାରେ ସେମାନଙ୍କୁ ମିଳିବ ମାସକୁ ୨ଲକ୍ଷ ୨୫ ହଜାର ଟଙ୍କା।

ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚରାରପତିଙ୍କ ଦରମା ବୃଦ୍ଧି ବାବଦ ବିଲ୍ ଲୋକସଭାରେ ଗୃହୀତ ହୋଇଛି। ଆଗାମୀ ବଜେଟ୍ ଅଧିବେଶରେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସେଠାରେ ଅନୁମୋଦିତ ହେବା ପରେ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ।

ଭାରତର ୩ ନିର୍ବାଚନ କମିଶନରଙ୍କ ଦରମା ମଧ୍ୟ ଖୁବ୍‌ଶୀଘ୍ର ବଢିବାକୁ ଯାଉଛି। ଜଣେ ନିର୍ବାଚନ କମିଶନର ସୁପ୍ରିମକୋର୍ଟ ବିଚାରପତିଙ୍କ ସହ ସମାନ ଦରମା ପାଇବାର ବ୍ୟବସ୍ଥା ରହିଛି। ଯଦି ଏପରି ଲାଗୁ ହେବ ତେବେ ପ୍ରତ୍ୟେକ ନିର୍ବାଚନ କମିଶନର ମାସିକ ୨ଲକ୍ଷ ୨୫ହଜାର ଟଙ୍କା ଲେଖାଏଁ ଦରମା ପାଇବେ।

ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଏବଂ ନିର୍ବାଚନ କମିଶନରଙ୍କ ଦରମା ନିର୍ଦ୍ଧାରଣ ପୂର୍ବରୁ ଆଇନରେ ସଂଶୋଧନ ହେବା ନିହାତି ଜରୁରୀ।

Comment