ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଅଛନ୍ତି ଦୁଇ ଜଣ।

  • ଓଡ଼ିଶାର ୨ ଜଣଙ୍କୁ ସାହସିକତା ପୁରସ୍କାର
  • କେନ୍ଦ୍ରାପଡ଼ାର ମମତା ଦଳେଇ ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ପୁରସ୍କାର

ଚଳିତବର୍ଷ ପାଇଁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ମୋଟ ୧୮ ଜଣ ପିଲାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଦୁଇ ଜଣ ଓଡ଼ିଆ ପିଲା ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରାପଡ଼ାର ମମତା ଦଳେଇ ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ମମତା ଦଳେଇ ସାହସ କରି ନିଜ ବଡ଼ ଭଉଣୀକୁ କୁମ୍ଭୀର ମୁହଁରୁ ରକ୍ଷା କରିଥିଲେ। ସେହିପରି କେନ୍ଦୁଝର ଜିଲ୍ଲା ଢ଼ିପ ସାହିର ୩ ଜଣ ମହିଳା ବୈତରଣୀରେ ବୁଡ଼ି ଯାଉଥିବା ବେଳେ ସେମାନଙ୍କୁ ରକ୍ଷା କରିଥିଲେ ପଙ୍କଜ ମହାନ୍ତ।

ପୁରସ୍କାର ବାବଦରେ ୧୮ ଜଣଙ୍କୁ ମେଡାଲ, ସାର୍ଟିଫିକେଟ୍, ନଗଦ ଟଙ୍କା ଦିଆଯାଇଛି।

ଆଓ୍ବାର୍ଡ ୫ଟି ଭାଗରେ ବିଭକ୍ତ କରାଯାଇଛି। ଭାରତ ଆୱାର୍ଡ, ଗୀତା ଚୋପ୍ରା ଆୱାର୍ଡ, ସଞ୍ଜୟ ଚୋପ୍ରା ଆୱାର୍ଡ, ବାପୁ ଗଇଧାନୀ ଆୱାର୍ଡ, ଜେନେରାଲ ନ୍ୟାସନାଲ ସାହସୀ ଆୱାର୍ଡ। ୧୮ ବର୍ଷିୟା ନାଜିଆଙ୍କୁ ଭାରତ ଆୱାର୍ଡ ପ୍ରଦାନ କରାଯାଇଛି।

Comment