ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର କିଙ୍ଗ୍ ଖାନ୍‌ଙ୍କ ନାଁରେ ଠକେଇ ଅଭିଯୋଗ। ଏନେଇ ଆୟକର ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।  

ଚାଷ ଜମିରେ ବେଆଇନ କୋଠା ନିର୍ମାଣ କରିଥିବା ନେଇ ଶାହରୁଖଙ୍କ ଫାର୍ମ ହାଉସକୁ ସିଲ କରିଛି ଆୟକର ବିଭାଗ। ବେନାମୀ ପ୍ରପର୍ଟି ଟ୍ରାଞ୍ଜାକ୍‌ସନ ଆକ୍ଟ ଉଲ୍ଲଙ୍ଘନ କରିଥିବା ନେଇ ଆୟକର ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି।

ଆଲିବାଗରେ ଥିବା ତାଙ୍କ ଫାର୍ମହାଉସକୁ ସିଲ୍ କରିବା ସହ ୯୦ଦିନ ମଧ୍ୟରେ ଜବାବ ରଖିବାକୁ ଶାହରୁଖଙ୍କୁ ନୋଟିସ ଜାରି କରାଯାଇଛି।

ଏହି ସମୟ ମଧ୍ୟରେ ନୋଟିସର ଜବାବ ନଦେଲେ ଆୟକର ବିଭାଗ ଆଗାମୀ ପଦକ୍ଷେପ ନେବ। ଏହା ପୂର୍ବରୁ ଫାର୍ମ ହାଉସ ର୍ନିମାଣକୁ ବେଆଇନ କହି ଜବରଦଖଲ ମଧ୍ୟ ହଟାଯାଇଥିଲା।

LEAVE A REPLY

Please enter your comment!
Please enter your name here