ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜାନୁଆରି ୩୦ ତାରିଖରେ ଅନୁଷ୍ଠିତ ସେଲିବ୍ରେସନ୍ ଅଫ୍ ପିସ୍ କାର୍ଯ୍ୟକ୍ରମରେ ରାହୁଲ ସାମିଲ ହୋଇଥିଲେ। ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ରାହୁଲ୍ ମେଘାଳୟରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏକ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ଜ୍ୟାକେଟର ମୂଲ୍ୟ ୬୪ ହଜାର ଟଙ୍କା କୁହାଯାଉଛି। ତେବେ ରାହୁଲଙ୍କ ଜ୍ୟାକେଟ ପିନ୍ଧା ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ବିଜେପି ଟାର୍ଗେଟ୍ କରିଛି।
ସୋସିଆଲ ମିଡିଆରେ ଉଲ୍ଲେଖ କରାଯାଇଛି ଯେ, କଂଗ୍ରେସ ସୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଛି। ମୋଦିଙ୍କୁ ସୁଟ୍-ବୁଟ୍ ବାଲା ପ୍ରଧାନମନ୍ତ୍ରୀ କହି ସମାଲୋଚନା କରୁଛି। ହେଲେ ଏବେ ରାହୁଲ ଯେଉଁ ୬୪ ହଜାର ଟଙ୍କାର ଜ୍ୟାକେଟ୍ ପିନ୍ଧିଛନ୍ତି ସେଥିରେ ଯଦି ଟାକ୍ସ ଲାଗିଥିବ ତାହେଲେ ଏହା ୯୦ ହଜାର ଟଙ୍କା ହେବ।
ରାହୁଲ ଗାନ୍ଧିଙ୍କ ଜ୍ୟାକେଟ୍କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଫେବୃଆରି ୨୭ରେ ମେଘାଳୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଫଳାଫଳ ମାର୍ଚ୍ଚରେ ୩ରେ ଜଣାପଡ଼ିବ। ମେଘାଳୟକୁ କଂଗ୍ରେସ ୧୫ ବର୍ଷ ହେଲା କବ୍ଜା କରିଛି।

















