ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା, ଶ୍ୱାସ, ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବୃଦ୍ଧି, ଟକ୍ସିନ୍‌, ଅନିଦ୍ରା, ଖାଦ୍ୟ ହଜମ ନହେଉଥିବା ସମସ୍ୟା ପାଇଁ ରସୁଣ ବେଶ୍ ଉପକାରୀ।

କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। ଯେତେବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ। କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ।

ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରସୁଣକ୍ଷୀର ପିଇବାର ରହିଛି ଆବଶ୍ୟକତା ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା।

ଶ୍ୱାସ ସମସ୍ୟା

ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଚୋବାଇ ଖାଆନ୍ତୁ ଏବଂ ନିମୋନିଆ ଲକ୍ଷଣ ଆରମ୍ଭ ହେଉଥିଲେ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ। ନିହାତି ଭାବରେ ଆମକୁ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ।

ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବୃଦ୍ଧି

ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବଢ଼ିଲେ ହୃଦ୍‌ ଜନିତ ସମସ୍ୟା ଆରମ୍ଭ ହୁଏ। ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍‌ କରିବା ପାଇଁ ରସୁଣ ଆମର ବହୁତ ଉପକାରରେ ଲାଗିଥାଏ।

ଶରୀରରେ ଟକ୍ସିନ୍‌ର ମାତ୍ରା ବୃଦ୍ଧି

ଶରୀରରେ ଟକ୍ସିନ୍‌ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍‌ ପରି ସମସ୍ୟା ଦେଖାଯାଏ। ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ।

ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଣ୍

ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ।

ଅନିଦ୍ରା

ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କ୍ଷୀର ସହିତ ରସୁଣକୁ ମିଶାଇ ପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ଆମେ ସୁନିଦ୍ରା ପାଇପାରିବା।

କଫ

ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ, ଟିକେ ହଳଦୀ ପକାଇ ଫୁଟାଇ ପିଇବା ଦ୍ୱାରା କଫ କାସରୁ ଆରାମ ମିଳିବ ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ।

ଖାଦ୍ୟ ହଜମ ନହେବା

ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ। ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।

LEAVE A REPLY

Please enter your comment!
Please enter your name here