ଓଡ଼ିଶାଲାଇଭ୍ ବ୍ୟୁରୋ
ସଲମାନ୍ ଖାନ୍ ବିବାହ କରିବେ କି? ତାଙ୍କୁ ଝିଅ ମିଳିଯାଇଥିବା ଖବରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।
ବଲିଉଡର ମୋଷ୍ଟ ଇଲିଜିବ୍ଲ ବ୍ୟାଚ୍ଲର ଭାବେ ଜଣାଶୁଣା ସଲମନ୍ ଖାନ୍ ବିବାହ କରିବାକୁ ଯାଉଛନ୍ତି କି । ବୋଧହୁଏ ଏଥିପାଇଁ ତାଙ୍କୁ ଝିଅ ମିଳିଯାଇଛି। ଏକଥା ଆମେ କହୁନୁ ଖୋଦ୍ ସଲମାନ୍ କହିଛନ୍ତି।
କିନ୍ତୁ ରିଲ୍ରେ କି ରିୟଲ୍ ଏକଥା ଯଦିଓ ଜଣାପଡ଼ିନାହିଁ । କିନ୍ତୁ ନିଜ ଟୁଇଟର୍ ପେଜ୍ରେ ସଲମାନ୍ ଲେଖିଛନ୍ତି ‘ମୋତେ ଝିଅ ମିଳିଗଲା।‘
ଟୁଇଟରରେ ଏତିକି ଜଥା ଦେଖିବା ପରେ ଦେଶ ଓ ବିଦେଶର ବହୁ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଟୁଇଟରରେ ପୋଷ୍ଟ କରିବାର ୧୦ ମିନିଟ୍ ଭିତରେ ଲକ୍ଷଲକ୍ଷ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେଣି।
ଏହି ଟୁଇଟର ପୋଷ୍ଟ୍ ପଛରେ କ’ଣ ରହସ୍ୟ ରହିଛି ନିଜେ ଜାଣିଛନ୍ତି ସଲମାନ କିନ୍ତୁ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ସଲମାନଙ୍କ ଜୀବନସାଥୀଙ୍କୁ ଦେଖିବା ପାଇଁ ଉତ୍ସୁକତା ପ୍ରକାଶ ପାଇଛି।
ସଲମାନଙ୍କୁ ଅସଲରେ ଜୀବନସାଥୀ ମିଳିଗଲା ନା ଆଗାମୀ ଫିଲ୍ମ ପାଇଁ ହିରୋଇନ୍ ମିଳିଗଲା ସେ କଥା ତ ଦବଙ୍ଗ ଖାନ୍ କହିପାରିବେ।
ସଲମାନ୍ ପୁଣିଥରେ ‘ଟାଇଗର୍ ଜିନ୍ଦା ହୈ’ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଆବାସ୍ ଜାଫର୍ଙ୍କ ସହ ଆଗାମୀ ଫିଲ୍ମ ‘ଭାରତ୍’ରେ କାମ କରିବାକୁ ଯାଉଛନ୍ତି। ଏଥିରେ ସଲ୍ମାନ୍ଙ୍କୁ ୧୮ବର୍ଷୀୟ ଜଣେ ଯୁବକର ଭୂମିକାରେ ଦେଖିବାକୁ ମିଳିବ।








ସଲମାନ୍ ଖାନ୍ ବିବାହ କରିବେ କି? ତାଙ୍କୁ ଝିଅ ମିଳିଯାଇଥିବା ଖବରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।








