ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଭେଟରାନ୍ ଅଭିନେତା ଜିତେନ୍ଦ୍ରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ଦୀର୍ଘ ୪୭ ବର୍ଷ ପରେ ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି।
ବିନା ଅନୁମତିରେ ଅଭିନେତା ରବି କପୁର ଓରଫ୍ ଜିତେନ୍ଦ୍ର କୁଆଡେ ତାଙ୍କୁ ସିମ୍ଲା ନେଇଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ ବୋଲି ଜିତେନ୍ଦ୍ରଙ୍କ ସମ୍ପର୍କୀୟା ହିମାଚଳ ପ୍ରଦେଶ ପୁଲିସ ନିକଟରେ ଅଭିଯୋଗ ଆଣିଛନ୍ତି।
ପୀଡ଼ିତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେହି ସମୟରେ ଜିତେନ୍ଦ୍ରଙ୍କୁ ୨୮ ବର୍ଷ ହୋଇଥିଲା। ସେହି ସମୟରେ ଜିତେନ୍ଦ୍ର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବରିଷ୍ଠ କଳାକାରଙ୍କ ବିରୋଧରେ ମାମଲା ରୁଜୁ ସହ ତାଙ୍କୁ ଗିରଫ କରିବାକୁ ସେ ଦାବି ଜଣାଇଛନ୍ତି।
ମହିଳାଙ୍କ କହିବାନୁସାରେ, ଜିତେନ୍ଦ୍ର ତାଙ୍କୁ ଏକ ଫିଲ୍ମ ସୁଟିଂ ସେଟ୍କୁ ନେଇ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ।
ଏହି ଘଟଣାରେ ସେ ଦୀର୍ଘ ବର୍ଷ ଧରି ଚୁପ୍ ଥିଲେ, ମାତ୍ର ତାଙ୍କ ଉପରେ ମାନସିକ ଚାପ ବଢ଼ିଚାଲିଥିଲା। ଏହି ଦୁଃଖଦ ଘଟଣା ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। ଫଳରେ ସେ ନ୍ୟାୟ ପାଇଁ ଅଭିଯୋଗ ଆଣିଥିବା ଅଭିଯୋଗକାରୀ ମହିଳା ଜଣାଇଛନ୍ତି।








ବଲିଉଡର ଭେଟରାନ୍ ଅଭିନେତା ଜିତେନ୍ଦ୍ରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ଦୀର୍ଘ ୪୭ ବର୍ଷ ପରେ ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି।








