ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏବଂ ଋଷି କପୁର ପ୍ରାୟ ୨୭ ବର୍ଷ ପରେ ‘୧୦୨ ନଟ ଆଉଟ’ ଚଳଚ୍ଚିତ୍ର ଜରିଆରେ ବଡ଼ ପରଦାରେ ନଜର ଆସିବା ପାଇଁ ଯାଉଛନ୍ତି।

ବଲିଉଡ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ନାୟକଙ୍କ କଥା ଉଠିଲେ ମହାନାୟକ ଅମିତାଭ ବଚ୍ଚନ ଓ ରୋମାଣ୍ଟିକ୍‌ ହିରୋ ଋଷି କପୁରଙ୍କ ନାଁ ସର୍ବାଗ୍ରେ ଆସେ।

୨୭ ବର୍ଷ ପରେ ଦୁହେଁ ପରଦା ଉପରେ ପୁଣିଥରେ ଧୁମ୍‌ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି। ଶେଷଥର ପାଇଁ ଏହି ଯୋଡ଼ି ୧୯୯୧ରେ ଆସିଥିବା ଫିଲ୍ମ ‘ଅଜୁବା’ରେ ନଜର ଆସିଥିଲେ।

‘୧୦୨ ନଟ୍‌ ଆଉଟ୍‌’ ଫିଲ୍ମ ଜରିଆରେ ପୁଣି ଥରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ ବିଗ୍‌ ବି ଓ ଋଷି କପୁର। ଦୁହେଁ ମିଶି ଏହି ଚଳଚ୍ଚିତ୍ର ପାଇଁ ଗୋଟିଏ ଗୀତ ମଧ୍ୟ ଗାଇବେ।

ଚଳଚ୍ଚିତ୍ରର ପ୍ରଥମ ଟିଜର ରିଲିଜ ହୋଇଥିବା ବେଳେ ଏଥିରେ ଦୁହେଁ ବୁଢ଼ା ହୋଇଯାଇଥିବା ବାପ-ପୁଅଙ୍କର ଚରିତ୍ରରେ ଦେଖାଯାଇଛନ୍ତି।

ଚଳଚ୍ଚତ୍ରଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏଥିରେ ଋଷି ଏବଂ ଅମିତାଭ ଦୁହେଁ ଏକ ଭିନ୍ନ ଲୁକରେ ଦେଖାଦେବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ଟିଜରରେ ଅମିତାଭ ଏବଂ ଋଷି ବୁଢ଼ା ବାପା-ପୁଅର ଚରିତ୍ରରେ ଦେଖାଯାଉଛନ୍ତି । ଏତେ ବୟସ ହୋଇଥିବା ପରେ ମଧ୍ୟ ଦୁହେଁ ଜୀବନର ଭରପୁର ମଜା ଉଠାଉଥିବାର ଦେଖାଯାଉଛନ୍ତି ।

ପୂର୍ବରୁ ବିଗ୍‌ ବି ଓ ଋଷି ମିଶି ‘ଅମର ଆକ୍‌ବର ଆନ୍ଥୋନୀ’, ‘କୁଲି’ ଓ ‘ନସିବ୍‌’ ଭଳି ସୁପର୍‌ହିଟ୍‌ ଚଳଚ୍ଚିତ୍ରରେ ନଜର ଆସି ସାରିଛନ୍ତି।

ଟିଜରରେ ଅମିତାଭ ଏକ ସଂଳାପରେ କହିଛନ୍ତି, ‘ମୁଁ ଦୁନିଆର ପ୍ରଥମ ବାପା ଯିଏ ନିଜ ପୁଅକୁ ବୃଦ୍ଧାଶ୍ରମକୁ ପଠାଉଛି।’ ଏହି ସମୟରେ ଋଷି କପୁର  କାନ୍ଦୁଥିବାର ଦେଖାଯାଉଛି। ତେବେ ଟିଜରରୁ ଜଣାପଡ଼ୁଛି କି ଚଳଚ୍ଚିତ୍ରଟିର କାହାଣୀ ନିଶ୍ଚିତଭାବେ ଭିନ୍ନ ହୋଇଥିବ।

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ‘ଓଃ ମାଇ ଗଡ଼୍’ର ନିର୍ଦ୍ଦେଶକ ଉମେଶ ଶୁକ୍ଳା ଥିବା ବେଳେ ଏହା ଚଳିତବର୍ଷ ମେ ୪ ରିଲିଜ ହେବ।

 

Comment