ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କାମିଲାଙ୍କ ଉପରୁ ସବୁ ମାମଲା ହଟାଇ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ କରିଥିବା ମହିଳା ରାଜଶ୍ରୀ କାମିଲାଙ୍କ ଉପରୁ ହଟାଯିବ ସମସ୍ତ ମାମଲା। ରାଜ୍ୟ ପୋଲିସ ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଶ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀତ ମାମଲା ରୁଜୁ କରିଥିଲା ପୋଲିସ।

ବିଭିନ୍ନ ମହଲରୁ ଚାପ ଏବଂ ସମାଲୋଚନା କରାଯିବା ପରେ ହତ୍ୟା ଉଦ୍ୟମ ଦଫା ୩୦୭କୁ ହଟାଇ ନିଆଯାଇଥିଲା। ହେଲେ ଆଇପିସିର ଧାରା ୩୩୨, ୩୫୩, ୨୯୪ ଏବଂ ୫୦୬ ରେ ମାମଲା ରୁଜୁ କରାଯାଇଥିଲା।

ଏହାସହ ୨ ଦିନ ତଳେ ରାଜଶ୍ରୀଙ୍କୁ ଜାମିନ୍ ଦେଇଥିଲେ ଜଳେଶ୍ବର କୋର୍ଟ। ରାଜଶ୍ରୀ ଏବେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।

ଜାନୁଆରି ୩୧ ତାରିଖରେ ଭୋଗରାଇ ବ୍ଲକରେ ତାଳସାରି ବେଳାଭୂମି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ବୋଧନ ଦେବା ବେଳେ ସଭା ମଞ୍ଚରେ ଦୁଇଟି ଅଣ୍ଡା ପଡ଼ିଥିଲା। ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କାମିଲାଙ୍କୁ ପୋଲିସ କାବୁ କରି ନେଇଥିଲା। ସେତେବେଳେ ଦଳୀୟ କର୍ମୀ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଜଳେଶ୍ବର କୋର୍ଟ ସଂପୃକ୍ତ ମହିଳାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ହେଲେ ଆହତ ହୋଇଥିବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

Comment