ଓଡ଼ିଶାଲାଇଭ୍ ବ୍ୟୁରୋ

କଳାକାରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଉଦଘାଟିତ ହୋଇଛି ବାଲେଶ୍ୱର ନଗର କଳା ସଂସ୍କୃତି ସଂଘ
କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବାଲେଶ୍ୱର ନଗର କଳା ସଂସ୍କୃତି ସଂଘ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ କଳାକାରମାନଙ୍କ ଦ୍ୱାରା ଆୟୋଜିତ ଏକ ଭବ୍ୟ ଶୋଭାଯାତ୍ରାକୁ ପତାକା ଦେଖାଇ ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟଠାରେ ଶୁଭାରମ୍ଭ କରିଥିଲେ।
ପରେ ଏହି ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଗାନ୍ଧି ସ୍ମୃତି ଭବନଠାରେ ପହଞ୍ଚିଥିଲା ।
“ଏହି ଅଭିଯାନର ଉଦ୍ଦେଶ୍ୟ କେବଳ କଳାକାରମାନଙ୍କୁ ଚିହ୍ନଟ କରିବାରେ ସୀମିତ ନୁହଁ ବରଂ ଏହା ଦ୍ୱାରା ଲୁପ୍ତପ୍ରାୟ କଳାଶୈଳୀର ପୁନରୁଦ୍ଧାର କରାଯିବା ସହ ରାଜ୍ୟରେ ଅନୁନ୍ୟ ୫୦ହଜାର କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ କରାଯିବା ପାଇଁ ସରକାର ନିଷ୍ପତି ନେଇଛନ୍ତି”, କହିଛନ୍ତି କଳା ଓ ସଂକୀର୍ତ୍ତନର ରାଜ୍ୟ ସଂଯୋଜକ।
ଦେଶରେ ଓଡିଶା ଏକମାତ୍ର ରାଜ୍ୟ ଯିଏ କି ସରକାରୀ ଭାବେ କଳାସଂଘଗୁଡିକୁ ସ୍ୱୀକୃତି ଦେବା ସହ ପୃଷ୍ଠପୋଷକତା ଯୋଗାଇ ଦେଉଛି । ଭାରତ ସରକାର ଏହାର ଅନୁସରଣରେ ରାଷ୍ଟ୍ରୀୟସ୍ତରରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି ବୋଲି ସେ କହିଥିଲେ ।
ଏହି ଅବସରରେ ଓଡିଶାର ଇତିହାସ ସହ ଜଡିତ ପାଇକ ବିଦ୍ରୋହ ସମ୍ପର୍କରେ ବିଶେଷ ଉପସ୍ଥାପନା ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂଙ୍କ ଦ୍ୱାରା କରାଯାଇଥିଲା । ପରେ ଦିଲ୍ଲୀପ ଭୂୟାଁଙ୍କ ନେତୃତ୍ୱରେ ପାଇକ ଆଖଡା ଓ ସଂକୀର୍ତ୍ତନ ପ୍ରଦର୍ଶନ କରାଯାଇଥିଲା ।
ନଗର କଳା ସଂସ୍କୃତି ସଂଘରେ ୧୧ଟି ଦଳ ପଞ୍ଜିକୃତ ହୋଇଛନ୍ତି। ଆଗକୁ ଇଚ୍ଛୁକ ଦଳ ନିର୍ଦ୍ଧାରିତ ଫର୍ମ ଜରିଆରେ ଆବେଦନ କରି ଏଥିରେ ସାମିଲ ହୋଇପାରିବେ।
କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ, ପୌରପାଳିକାର ଗୋଷ୍ଠୀ ସଂଗଠିକା ସଙ୍ଗୀତା ପାଣିଗ୍ରାହୀ ପ୍ରମୁଖ ତତ୍ତ୍ଵାବଧାନ କରିଥିଲେ।
ଏହି ଅବସରରେ ବିଶିଷ୍ଟ ସଂଗ୍ରାହକ ତଥା ମୁକ୍ତବୃତ ସାମ୍ବାଦିକ ଶ୍ରୀ ସର୍ବେଶ୍ୱର ଦାସଙ୍କ ଦ୍ୱାରା ବିରଳ ‘ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ନଗର କଳା ସଂଘର କଳାକାରମାନଙ୍କ ଉପସ୍ଥିତିରେ ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ଜୀବନ ପ୍ରଦୀପ ଦାଶ, ନଗରପାଳ ଆଲୋକ କୁମାର ସାହୁ, ଉପାଧ୍ୟକ୍ଷା ଶ୍ରୀମତୀ ରଶ୍ମିରେଖା ଦେବ, ସଂସ୍କୃତି ବିଭାଗର ଉପଶାସନ ସଚିବ ମନସ୍ୱିନୀ ସାହୁ, ବ୍ରିଟ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ସଂସ୍କୃତି ବିଭାଗର ରାଜ୍ୟ ସଂଯୋଜକ ବାସୁଦେବ ସାଇ ବିଶୋଇ, ବିଧାନସଭା କୋଷାଗାର ଅଧିକାରୀ ବାସନ୍ତି ସିଂ, ରିସୋର୍ସ ପର୍ସନ ଶ୍ରୀ ଅବନୀ ମିଶ୍ର, କାଉନସିଲର ଶ୍ରୀ ବିଶ୍ୱଜିତ ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ କାହ୍ନୁ ଚରଣ ମଲ୍ଲିକ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ ।


















