ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଣ୍ଡରୱାର୍ଲଡ ସହ ବଲିଉଡର କନେକସନକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ଏଭଳି ସମ୍ପର୍କ ପାଇଁ କେତେଜଣ ନାୟିକାଙ୍କ କ୍ୟାରିଅର୍ ମଧ୍ୟ ବରବାଦ ହୋଇଥିଲା। ଆସନ୍ତୁ ଜାଣିବା ସେହି ନାୟିକାମାନଙ୍କ ସମ୍ପର୍କରେ।
ଅଣ୍ଡରୱାର୍ଲଡ ସହିତ ବଲିଉଡର କନେକସନକୁ ନେଇ ଅନେକ ସମୟରେ ବହୁ କଥା ଶୁଣିବାକୁ ମିଳେ। ଏଭଳି ସମ୍ପର୍କ ପାଇଁ ତିନି ନାୟିକାଙ୍କ କ୍ୟାରିଅର୍ ବରବାଦ ହୋଇଥିଲା।

ମମତା କୁଲକର୍ଣ୍ଣୀ
ନବେ ଦଶକର ଜଣେ ଲୋକପ୍ରିୟ ନାୟିକା ଥିଲେ ମମତା କୁଲକର୍ଣ୍ଣୀ। ମମତା ଅମୀର ଖାନଙ୍କ ସହ ‘ବାଜି’, ସଲମନ ଖାନଙ୍କ ସହିତ ‘କରଣ ଅର୍ଜୁନ୍’ ସମେତ ଆହୁରି କେତେକ ଲୋକପ୍ରିୟ ହିନ୍ଦୀ ସିନେମାରେ ନଜର ଆସିଥିଲେ। ଏହି ଫିଲ୍ମ ମଧ୍ୟରେ ରହିଛି ‘କ୍ରାନ୍ତିବୀର’, ‘ୱକ୍ତ ହମାରା ହେ’, ‘ଆଶିକ୍ ଆୱାରା’, ‘ବେକାବୁ’, ‘ଘାତକ’, ‘ଚାଇନା ଗେଟ’ ଓ ‘ଛୁପା ରୁସ୍ତମ’ ଆଦି।
ମମତା ଆଗାମୀ ଦିନରେ ଟପ୍ ଷ୍ଟାର ହେବେ ବୋଲି ମନେ କରି ଫିଲ୍ମ ଫେଆର ତାଙ୍କୁ ୧୯୯୪ରେ ‘ଫିଲ୍ମ ଫେଆର ଆୱାର୍ଡ ଫର୍ ଲକ୍ସ୍ ନ୍ୟୁ ଫେସ୍ ଅଫ୍ ଦ ଇୟର’ ଆୱାର୍ଡ ପ୍ରଦାନ କରିଥିଲେ। ମମତା କୁଲକର୍ଣ୍ଣୀଙ୍କୁ ସେ ସମୟର ଟପ୍ ଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତୀ, ଶାହାରୁଖ୍ ଖାନ୍, ସଞ୍ଜୟ ଦତ୍ତ, ବବି ଦେଓଲ, ଅଜୟ ଦେବଗନ୍, ଅନୀଲ କପୁର, ସୈଫ୍ ଅଲ୍ଲୀ ଖାନ୍ ଓ ଗୋବିନ୍ଦା ସହିତ କାମ କରିବା ଲାଗି ମଧ୍ୟ ପ୍ରସ୍ତାବ ମିଳିଥିଲା। ହେଲେ ସେ ଅନେକ ସିନେମାରେ କାମ ନ କରିବାର ନିଷ୍ପତ୍ତି ନେଇ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।
କ୍ୟାରିଅରରେ ସଫଳତା ଆଡକୁ ଅଗ୍ରସର ହେଉଥିବା ବେଳେ ମମତା ଗୋଟିଏ ଭୁଲ୍ କରିଦେଇଥିଲେ। ତାହା ହେଲା ତାଙ୍କର ଅଣ୍ଡରୱାର୍ଲଡ କନେକସନ୍। ଯେତେବେଳେ ତାଙ୍କର ଏହି ପ୍ରସଙ୍ଗକୁ ନେଇ ବଲିଉଡରେ ଚର୍ଚ୍ଚା ହେଲା, ସେତେବେଳେ ଆଉ ପ୍ରଯୋଜକ/ନିର୍ଦ୍ଦେଶକ ତାଙ୍କୁ ନେବା ପାଇଁ ଚାହିଁଲେନି। ତା’ପରେ ମମତାଙ୍କ କ୍ୟାରିଅର୍ ଶେଷ ହୋଇଯାଇଥିଲା।

ମନ୍ଦାକିନୀ
ସୋ’ ମ୍ୟାନ୍ ରାଜକପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାମ ତେରି ଗଙ୍ଗା ମେଲି’ ରେ ଗଙ୍ଗା ଭୂମିକା ନିଭାଇ ଚର୍ଚ୍ଚାକୁ ଆସିଥିଲେ ନବାଗତ ନାୟିକା ମନ୍ଦାକିନୀ। ଏଥିରେ ତାଙ୍କ ଅଭିନୀତ ଝରଣା ତଳେ ସ୍ନାନଦୃଶ୍ୟକୁ ନେଇ ସେ ବହୁ ଚର୍ଚ୍ଚିତ ହୋଇଥିଲେ। ଏହି ଫିଲ୍ମ ରିଲିଜ୍ ହେବା ପରେ ଷ୍ଟାର୍ ବନିଯାଇଥିଲେ ମନ୍ଦାକିନୀ।
ଏହାପରେ ମନ୍ଦାକିନୀ ‘ଜାଲ୍’, ‘ଆରପାର୍’, ‘ସିଂହାସନମ୍’, ‘ଜୀବା’ ‘ଆଗ ଓୗର ସୋଲା’, ‘ଲୋହା’, ‘ମେରେ ଅପନେ’, ‘ମଜଲୁମ୍’, ‘ଡ୍ୟାନସ ଡ୍ୟାନସ’, ‘ଜିତେ ହେଁ ଶାନସେ’, ‘ହୱାଲତ୍’, ‘ତେଜାବ୍’, ‘ତକଦୀର କା ତମାସା’, ‘ଶାନଦାର’ ଓ ‘ଶେଷନାଗ’ ଆଦି ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ତାଙ୍କୁ ବଲିଉଡରେ ଜଣେ ଆଗଧାଡ଼ିର ନାୟକା ବୋଲି ମଧ୍ୟ ବିଚାର କରାଗଲା। କିନ୍ତୁ ସେ ବି ଅଣ୍ଡରୱାର୍ଲଡ ସହିତ ସମ୍ପର୍କ ରଖିଥିବାର ଚର୍ଚ୍ଚା ହେଲା।
୧୯୯୪ରେ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ସହିତ ମନ୍ଦାକିନୀଙ୍କର ଏକ ଫଟୋ ପ୍ରକାଶିତ ହୋଇଥିଲା। ତା’ ପୂର୍ବରୁ ଦାଉଦଙ୍କ ସହ ମନ୍ଦାକିନୀଙ୍କର ଆଫେଆର୍ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଘଟଣା ପରେ ମନ୍ଦାକିନୀଙ୍କ କ୍ୟାରିଅର ନିମ୍ନଗାମୀ ହୋଇଥିଲା। ୧୯୯୬ରେ ‘ଜୋରଦାର’ ସିନେମାରେ କାମ କରିବା ପରେ ମନ୍ଦାକିନୀ ବଲିଉଡରୁ ବିଦାୟ ନେଇଥିଲେ।

ମୋନିକା ବେଦୀ
ନବେ ଦଶକରେ ଆଉ ଜଣେ ବଲିଉଡ ନାୟିକା ବି ଅଣ୍ଡରୱାର୍ଲଡ ସହିତ ସମ୍ପର୍କ ରଖିଥିବା ନେଇ ଚର୍ଚ୍ଚା ହୋଇଥିଲା। ସେ ହେଲେ ମୋନିକା ବେଦୀ। ମୋନିକା ‘ମେଁ ତେରା ଆଶିକ୍’, ‘ତିରଛି ଟୋପିୱାଲା’, ‘କାଲା ସାମ୍ରାଜ୍ୟ’, ‘ଖିଲୋନା’, ‘ପ୍ୟାର୍ ଇସ୍କ ଓୗର ମୋହବତ୍’ ଓ ‘ଯୋଡ଼ି ନମ୍ବର ୱାନ୍’ ସମେତ ବେଶ୍ କେତୋଟି ଲୋକପ୍ରିୟ ହିନ୍ଦୀ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।
ମୋନିକା ଅଣ୍ଡରୱାର୍ଲଡ ଡନ୍ ଆବୁସାଲେମଙ୍କ ସହ ସମ୍ପର୍କ ରଖିଥିବା ନେଇ ଚର୍ଚ୍ଚା ହୋଇଥିଲା। ଆବୁ ସାଲେମ୍ ସହ କନେକସନ୍ ମାମଲାରେ ମୋନିକାଙ୍କୁ ଜେଲଦଣ୍ଡ ବି ଭୋଗିବାକୁ ପଡ଼ିଥିଲା। ତାଙ୍କର କ୍ୟାରିଅର୍ ବି ବରବାଦ୍ ହୋଇଥିଲା। ଜେଲରୁ ମୁକୁଳିବା ପରେ ମୋନିକା ବେଦୀ ଟେଲିଭିଜନରେ କମବ୍ୟାକ୍ କରିଥିଲେ ମଧ୍ୟ ବେଶ୍ କିଛି ସଫଳତା ପାଇପାରିନଥିଲେ।
















