ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୭ ତାରିଖ ପୂର୍ବାହ୍ନ ୧୦ଟା୪୫ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ୧୧ଟା୫୫ରେ କଟକରେ ନେତାଜି ମ୍ୟୁଜିୟମ ପରିଦର୍ଶନ କରିବେ। ଅପରାହ୍ଣ ୧ଟାରେ ଆନନ୍ଦ ଭବନ ମ୍ୟୁଜିୟମ୍ ଲୋକାର୍ପଣ କରିବେ। ୩ଟା୩୦ରେ ନ୍ୟାସନାଲ ଲ’ ୟୁନଭର୍ସିଟିର ପ୍ରତିଷ୍ଠା ଦିବସରେ ଯୋଗଦେବେ ରାଷ୍ଟ୍ରପତି।
୧୮ ତାରିଖ ସକାଳ ୭ଟା୩୦ରେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସେହିଦିନ ସକାଳ ୧୦ଟାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଅପରାହ୍ଣ ୧ଟାରେ ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ ଏବଂ ୩ଟା୩୦ରେ ଆଇଆଇଟି ଭୁ୍ବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି।


















