ଓଡ଼ିଶାଲାଇଭ୍ ବ୍ୟୁରୋ
ସୋନିଆ ଗାନ୍ଧିଙ୍କ ଡିନର ପାର୍ଟିରେ ଯୋଗ ଦେଇଛନ୍ତି ୨୦ଟି ଦଳର ନେତା। ଏହି ଡିନର ପାର୍ଟିରେ ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ବିଜୟକୁ କିପରି ରୋକାଯିବ ସେନେଇ ଆଲୋଚନା କରିଛନ୍ତି ବିଜେପି ବିରୋଧୀ ନେତା।
ବିଜେପିର ବିଜୟ ରଥକୁ ରୋକିବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏହି ଏକତାର ନେତୃତ୍ୱ ନେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଡିନର ଟେବୁଲରେ ୨୦ଟି ଦଳର ପ୍ରତିନିଧିଙ୍କୁ ଏକାଠି କରି ସୋନିଆ ୨୦୧୯ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଅକ୍ତିଆର କରୁଛି ବିଜେପି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କୁ ଚକମା ଦେଖାଇ ମୋଦି-ଶାହା ଯୋଡ଼ି ସବୁ ନିର୍ବାଚନରେ ବାଜିମାତ କରୁଛନ୍ତି। ଫଳରେ ବିରୋଧୀ ଶିବିରରରେ ନିରୁତ୍ସାହ ଖେଳି ଯାଇଛି। କେମିତି ବିଜେପିର ବିଜୟ ରଥକୁ ୨୦୧୯ରେ ଅଟକାଯିବ ସେନେଇ ସୋନିଆ ବିଜେପି ବିରୋଧୀଙ୍କୁ ଏକାଠି କରିଛନ୍ତି।
୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ସୋନିଆ ନୂଆଦିଲ୍ଲୀରେ ବିରୋଧୀ ଦଳର ପ୍ରତିନିଧିଙ୍କୁ ଆମନ୍ତ୍ରିତ କରିଛନ୍ତି।
କିଏ ଯୋଗ ଦେଇଛନ୍ତି?
ସମାଜବାଦୀପାର୍ଟିର ରାମ ଗୋପାଳ ଯାଦବ ସୋନିଆଙ୍କ ଡିନର ପାର୍ଟିରେ ଯୋଗ ଦେଇଥିବା ବେଳେ ଏନସିପି ନେତା ଶରଦ ପାଓ୍ବାର, ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ମିସା ଭାରତୀ, ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ହେମନ୍ତ ସୋରେନ୍, ସିପିଆଇର ଡି ରାଜଙ୍କୁ ଡିନର ପାର୍ଟିରେ ଦେଖିବାକୁ ମିଳିଛି।
ସେହିପରି ରାଷ୍ଟ୍ରୀୟ ଲୋକ ଦଳର ଅଜିତ ସିଂ, ସିପିଏମ୍ର ମହମ୍ମଦ ସଲିମ, ଡିଏମ୍କେର କାନି ମୋଝି, ବିଏସ୍ପିର ସତିଶ ମିଶ୍ରା, ଜେବିଏମ୍ର ବାବୁଲାଲ ମାର୍ଣ୍ଡି, ଆର୍ଏସ୍ପିର ରାମଚନ୍ଦ୍ର, ହିନ୍ଦୁସ୍ତାନ ଅବାମ ମୋର୍ଚ୍ଚାର ଜିତନରାମ ମାଞ୍ଝି, ଜେଡିଏସ୍ର କେ ରେଡ୍ଡି, ଏଆଇୟୁଡିଏଫ୍ର ବଦରୁଦ୍ଦିନ ଅଜମଲ, ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପଧ୍ୟାୟ, କେରଳ କଂଗ୍ରେସର ଜୋଶ କେ ମନି, ହିନ୍ଦୁସ୍ତାନ ଟ୍ରାଇବାଲ ପାର୍ଟିର ଶରଦ ଯାଦବ ପ୍ରମୁଖଙ୍କୁ ଡିନର ପାର୍ଟିରେ ଦେଖିବାକୁ ମିଳିଛି।
ଡିନର ପାର୍ଟିରେ ଯୋଗ ଦେବା ପାଇଁ କଂଗ୍ରେସ ପକ୍ଷରୁ ଉପରୋକ୍ତ ନେତାଙ୍କୁ ଆମନ୍ତ୍ରିତ କରାଯାଇଥିଲା। କିଏ ଯୋଗ ଦେଉଛନ୍ତି ଏବଂ କିଏ ଯୋଗ ଦେଉ ନାହାନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥିଲା।








ସୋନିଆ ଗାନ୍ଧିଙ୍କ ଡିନର ପାର୍ଟିରେ ଯୋଗ ଦେଇଛନ୍ତି ୨୦ଟି ଦଳର ନେତା। ଏହି ଡିନର ପାର୍ଟିରେ ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ବିଜୟକୁ କିପରି ରୋକାଯିବ ସେନେଇ ଆଲୋଚନା କରିଛନ୍ତି ବିଜେପି ବିରୋଧୀ ନେତା।








