ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବଲିଉଡ ଅଭିନେତା ଇରଫାନ ଖାନ୍
  • ଟୁଇଟରରେ ରୋଗ ବିଷୟରେ ସୂଚନା ଦେଲେ ଇରଫାନ
  • ‘ମୋ ପାଇଁ ପ୍ରାର୍ଥନା କରନ୍ତୁ’ ଫ୍ୟାନ୍‌ଙ୍କୁ ଅନୁରୋଧ କଲେ ଇରଫାନ

 ବଲିଉଡ ଅଭିନେତା ଇରଫାନ୍ ଖାନ୍ ବିରଳ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି ବୋଲି ନିଜେ ଟୁଇଟରରେ ପ୍ରକାଶ କରିଛନ୍ତି ଇରଫାନ୍।

ଗତ କିଛିଦିନ ଧରି ବଲିଉଡ ଅଭିନେତା ଇରଫାନ ଖାନଙ୍କ ଅସୁସ୍ଥତା ଖବର ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଥିଲା। ସେଥିରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଇରଫାନ୍।

‘‘ମୁଁ ‘ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର’ରେ ପୀଡ଼ିତ ଅଛି। ଏଭଳି କଠିନ ସମୟରେ ମୋ ଆଖପାଖରେ ଉପସ୍ଥିତ ଥିବା ଆତ୍ମୀୟଙ୍କ ଭଲ ପାଇବା ଓ ସମର୍ଥନ ମୋତେ ସାହସ ଦେଇଛି। ଚିକିତ୍ସା ପାଇଁ ମୁଁ ଏବେ ବିଦେଶ ଯାଉଛି। ମୋ ପାଇଁ ପ୍ରାର୍ଥନା କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ମୋ ପରିବାର ଓ  ବନ୍ଧୁମାନେ ମୋ ସହିତ ଅଛନ୍ତି। ଏହି କଠିନ ପରିସ୍ଥିତିରୁ ବାହାରିବା ପାଇଁ ଆମେ ପୂରା ପ୍ରୟାସ କରିବୁ। ଯେପର୍ଯ୍ୟନ୍ତ ଏ ରୋଗ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଖୋଲିକି ନ କହିଛି ଆପଣମାନେ ଅନୁମାନ କରି ଗୁଜବ କରିବେନି। ଏହି ରୋଗ ବିଷୟରେ ମୋତେ ଆଉ କିଛି ଅଧିକ ଜଣାପଡ଼ିଲେ ମୁଁ ନିଶ୍ଚୟ ଆପଣମାନଙ୍କୁ ଜଣାଇବି’’, ଟୁଇଟରରେ ଲେଖିଛନ୍ତି ଇରଫାନ୍।

କିଛି ଦିନ ପୂର୍ବରୁ ସେ ନିଜେ ଟୁଇଟର କରି ପୀଡ଼ିତ ଥିବା ରୋଗ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ତାଙ୍କୁ କେଉଁ ରୋଗ ହୋଇଛି ସେ ବିଷୟରେ ସେ କିଛି ଲେଖି ନଥିଲେ। ସମ୍ପୂର୍ଣ୍ଣ ଯାଞ୍ଚ ପରେ ପରେ ଫ୍ୟାନ୍‌ମାନଙ୍କୁ ନିଜ ରୋଗ ବିଷୟରେ ଜଣାଇବେ ବୋଲି ଇରିଫାନ୍‌ କହିଥିଲେ। ଏକଥା ଶୁଣିବା ପରେ ପୂରା ବଲିଉଡ୍‌କୁ ଝଟକା ଲାଗିଥିଲା।

Comment