ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୭ ତାରିଖ ୧୦ଟା୪୫ରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି
  • କଟକରେ ୭୧ ପ୍ଲାଟୁନ୍ ଫୋର୍ସ ଓ ୨୦୦ ଅଧିକାରୀ ମୁତୟନ
  • ଭୁବନେଶ୍ୱରରେ ୮୦ ପ୍ଲାଟୁନ୍ ଫୋର୍ସ ଏବଂ ୨୫୦ ଅଫିସର

୧୭ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକରେ ୭୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦୦ରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ଭୁବନେଶ୍ୱରରେ ୮୦ ପ୍ଲାଟୁନ୍ ଫୋର୍ସ, ୨୫୦ ଜଣ ଅଫିସର ଏବଂ ୪ ଜଣ ଡିସିପିଙ୍କୁ ନିୟୋଜିତ କରାଯାଇଛି।

୧୭ ତାରିଖ ପୂର୍ବାହ୍ଣ ୧୦ଟା୪୫ରେ ରାଷ୍ଟ୍ରପତି ଭୁ୍ବନେଶ୍ୱରରେ ପହଞ୍ଚିବେ। ଏହାପରେ ସେ କଟକସ୍ଥିତ ବିଜୁ ପଟ୍ଟନାୟକଙ୍କ ଜନ୍ମ ସ୍ଥାନ ଆନନ୍ଦ ଭବନକୁ ଯିବେ। ପରେ ସେ ଲ’ କଲେଜରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ରାଷ୍ଟ୍ରପତି ଅପରାହ୍ଣ ୪ଟା୩୫ରେ ବାହାରି ୫ଟା୧୦ରେ ପୁରୀରେ ପହଞ୍ଚିବେ। ସେଦିନ ସେ ପୁରୀ ସ୍ପେଶାଲ ସର୍କିଟ ହାଉସରେ ରହିବେ।

୧୮ ତାରିଖ ସକାଳ ୭ଟା୩୦ରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୧୦ଟାରେ ପୁରୀଠାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶିକ୍ଷାନୁଷ୍ଠାନର ଉଦଘାଟନୀ ଉତ୍ସବରେ ଯୋଗ ଦେବେ। ଲହାପରେ ସେ ଭୁବନେଶ୍ୱର ରାଜଭବନକୁ ଆସିବେ। ୨ଟା୪୫ରେ ରାଜଭବନରୁ ବାହାରି ରାଷ୍ଟ୍ରପତି ଆଇଆଇଟି ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ୫ଟା୨୦ରେ ରାଷ୍ଟ୍ରପତି ଭୁବନେଶ୍ୱର ଏୟାରପୋର୍ଟ ଆସିବେ ଏବଂ ଦିଲ୍ଲୀ ଫେରିଯିବେ।

Comment