ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପୁରୀ ସର୍କିଟ ହାଉସରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ରାଷ୍ଟ୍ରପତିଙ୍କ ଖାଇବା ପାଇଁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା।

ଶନିବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏଥିପାଇଁ ପୁରୀରେ କରାଯାଇଛି ବ୍ୟାପକ ଆୟୋଜନ। ରାଷ୍ଟପ୍ରତି ୧୭ ତାରିଖ ରାତିରେ ପୁରୀ ସ୍ପେଶାଲ ସର୍କିଟ ହାଉସରେ ରହିବା ସହ ୧୮ ତାରିଖ ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିବେ।

ପୁରୀ ସ୍ପେଶାଲ ସର୍କିଟ ହାଉସରେ ରାତ୍ରି ରହଣୀ ଭିତରେ ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେ ଓଡ଼ିଆ ଖାଦ୍ୟ ସହ ଇଣ୍ଡିଆନ୍ କଣ୍ଟିନେଣ୍ଟାଲ ଏବଂ ଚାଇନିଜ ଖାଦ୍ୟ ଖାଇବେ।

ପଲଉ, ଖେଚୁଡ଼ି, ଡାଲ୍‌ମା, ସନ୍ତୁଳା ବଡ଼ିଚୁରା, ବେସର, ଟମାଟୋ-ଖଜୁରୀ ଖଟା, ଫ୍ରୁଟ୍ସ ସାଲାଡ ଓ ପନିର ଖାଇବେ ରାଷ୍ଟ୍ରପତି। ସେହିପରି ରସଗୋଲା, ଛେନାପୋଡ଼, ଖୀରସାଗର, ରାବିଡ଼ି ଆଦି ମଧ୍ୟ ରାଷ୍ଟ୍ରପ୍ରତିଙ୍କ ଖାଦ୍ୟ ତାଲିକାରେ ରହିଛି। ଏହାସହ ରାଷ୍ଟ୍ରପତି ମହାପ୍ରସାଦ ମଧ୍ୟ ଖାଇବେ। ଏଥିରେ ସେ ଅନ୍ନ, ଖେଚୁଡ଼ି, ଡାଲି, ଡାଲେମା, ବେସର, ଶାଗ, ଛେନାବଡ଼ି, ଆମ୍ଭାଲୁ ପିଠା ଓ ଖଜା ମଧ୍ୟ ରାଷ୍ଟ୍ରପତିଙ୍କ ମେନ୍ୟୁରେ ରହିଛି।

ରବିବାର ସକାଳ ୭ଟାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ସର୍କିଟ୍ ହାଉସକୁ ଫେରିବା ପରେ ରାଷ୍ଟ୍ରପତି ଇଡ୍‌ଲି, ଉପମା, ବରା ଆଦି ଜଳଖିଆ ଖାଇବେ।

Comment