ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନୋଜ କୁମାର ଏବଂ ସାଧନାଙ୍କ ଅଭିନୀତ ପୁରୁଣା ସିନେମା ‘ବୋ କୌନ୍‌ ଥି’ର ରିମେକରେ ନଜର ଆସିବେ ଐଶ୍।

ଅନେକଦିନ ପରେ ପୁଣି ଥରେ ପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। କେ ଏ ଏଣ୍ଟରଟେନମେଣ୍ଟ ବ୍ୟାନରରେ ତିଆରି ହେବାକୁ ଯାଉଛି ମନୋଜ କୁମାର ଏବଂ ସାଧନାଙ୍କ ଅଭିନୀତ ଏକ ପୁରୁଣା ସିନେମା ‘ବୋ କୌନ୍‌ ଥି’ର ରିମେକ୍‌ ।

ଏଥିରେ ପ୍ରଥମଥର ଲାଗି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିପକ୍ଷରେ ନଜର ଆସିବେ ଶାହିଦ୍‌ କପୁର।

5ଏହି ସିନେମାରେ ସାଧନାଙ୍କ ଅଭିନୀତ ଭୂମିକାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ମନୋଜ କୁମାରଙ୍କ ଚରିତ୍ରରେ ଦେଖା ଦେବେ ଶାହିଦ୍‌ କପୁର ବୋଲି କୁହାଯାଉଛି।  ପୂର୍ବରୁ ‘ଦେବଦାସ’ର ରିମେକରେ ନଜର ଆସିଥିଲେ ଐଶ୍।

Comment