ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୋଷଣା ହୋଇଛି ୬୫ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର। ନ୍ୟୁଟନ ଶ୍ରେଷ୍ଠ ଚଳଚିତ୍ର ବିବେଚିତ ହୋଇଛି। ବାହୁବଳୀ-୨କୁ ମିଳିଛି ଏଣ୍ଟରଟେନର ଫିଲ୍ମ ଅଫ ଦି ଇୟର ପୁରସ୍କାର। ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ଖାନ୍ନାଙ୍କୁ ମିଳିଛି ଦାଦା ସାହେବ ଫାଲକେ ସମ୍ମାନ।

୬୫ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି। ଏଥର ବିଭିନ୍ନ ବିଭାଗରେ ‘ନିଉଟନ୍‌’ ଓ ‘ବାହୁବଲୀ-୨’ ଚଳଚ୍ଚିତ୍ର ବାଜି ମାରିନେଇଛି।

ଅମିତ ଭି ମାସୁରକରଙ୍କ ‘ନିଉଟନ୍‌’କୁ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଥିବାବେଳେ ‘ବାହୁବଲୀ-୨’ ଏଣ୍ଟରଟେନର ଫିଲ୍ମ ଅଫ ଦି ଇୟର ବେଚିତ ହୋଇଛି। ଶ୍ରେଷ୍ଠ ଅଭିନେତା ଭାବେ ରିଧି ସେନ୍‌ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶ୍ରୀଦେବୀ ‘ମମ୍‌’ ସିନେମା ପାଇଁ ଏହି ପୁରସ୍କାର ପାଇବେ।

ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ଖାନ୍ନାଙ୍କୁ ମିଳିଛି ଦାଦା ସାହେବ ଫାଲକେ ସମ୍ମାନ।

ଶ୍ରେଷ୍ଠ ସହଅଭିନେତା ଭାବେ ଫହାଦ୍‌ ଫାଜଲ୍‌, ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ଦିବ୍ୟା ଦତ୍ତା ମନୋନୀତ ହୋଇଛନ୍ତି। ଏ ଆର୍‌ ରହମାନ୍‌ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକଭାବେ ସମ୍ମାନିତ ହେବେ। ୟେଶୁ ଦାସ ଏଥର ଶ୍ରେଷ୍ଠ ଗାୟକ ଏବଂ ଶଶା ତିରୁପତି ଶ୍ରେଷ୍ଠ ଗାୟିକା ଏହି ପୁରସ୍କାର ପାଇବେ।

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରହମାନ ପାଇବେ। ଓଡିଆ ଫିଲ୍ମ ‘ହ୍ୟାଲୋ ଆର୍ଶୀ’ ବେଷ୍ଟ ଫିଲ୍ମ ପୁରସ୍କାର ପାଇଛି।

Comment