ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପଡ଼ିଆରେ ଲମ୍ବା ଛକା ମାରିଥିବାର ଆପଣମାନେ ବହୁତ ଦେଖିଥିବେ କିନ୍ତୁ ଏବେ ମାହିଙ୍କର ଆଉ ଏକ ନୂଆ ରୂପ ସାମ୍ନାକୁ ଆସିଛି।
ମହେନ୍ଦ୍ର ସିଂହ ଧୋନିଙ୍କ ଜଲୱା କ୍ରିକେଟ ପଡ଼ିଆରେ ଯେମିତି ଦର୍ଶକଙ୍କୁ ଆକୃଷ୍ଟ କରେ। ପଡ଼ିଆ ବାହାରେ ମଧ୍ୟ ଅଜବ ଅନ୍ଦାଜ ଯୋଗୁଁ ମାହି ସବୁବେଳେ ଚର୍ଚ୍ଚାରେ ଥାନ୍ତି।
କ୍ରିକେଟ୍ ଛଡ଼ା ମାହି ଫୁଟବଲ୍ରେ ବି ମାହିର୍। ବିଭିନ୍ନ କମ୍ପାନିର ବାଇକ୍ ଘରେ ଆଣି ରଖିବା ମାହିଙ୍କର ଆଉ ଏକ ନିଶା। ନିକଟରେ ଧୋନିଙ୍କ ଆଉ ଏକ ନିଶା ସାମ୍ନାକୁ ଆସିଛି। ମାହି ହାତରେ ବନ୍ଧୁକ ଧରି ସୁଟିଂ କରିବାର ଏକ ଭିଡ଼ିଓ ନିଜ ଟୁଇଟରରେ ଅପଲୋଡ କରିଛନ୍ତି।
Shooting gun is much more fun than shooting ads pic.twitter.com/r7L2FyJJZD
— Mahendra Singh Dhoni (@msdhoni) April 14, 2018
ଭିଡିଓଟି ଅପଲୋଡ କରି କ୍ୟାପସନ୍ରେ ଲେଖିଛନ୍ତି, “ବିଜ୍ଞାପନ ସୁଟିଂଠାରୁ ବନ୍ଧୁକଚାଳନା କରିବାରେ ଆହୁରି ମଜା ଥାଏ”। ୩୦ସେକେଣ୍ଡର ଏହି ଭିଡିଓରେ ଧୋନି ୧୫ଥର ଫାୟାରିଂ କରିବାରେ ନଜର ଆସିଛନ୍ତି।
ଧୋନି ବର୍ତ୍ତମାନ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି। ଟିକେ ସମୟ ପାଇବା କ୍ଷଣି ସେ ବନ୍ଧୁକଚାଳନା କରିଛନ୍ତି।








ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପଡ଼ିଆରେ ଲମ୍ବା ଛକା ମାରିଥିବାର ଆପଣମାନେ ବହୁତ ଦେଖିଥିବେ କିନ୍ତୁ ଏବେ ମାହିଙ୍କର ଆଉ ଏକ ନୂଆ ରୂପ ସାମ୍ନାକୁ ଆସିଛି।







